ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରୁ ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଆସିଥିବା ହବିଷ୍ୟାଳୀ ମା’ମାନଙ୍କୁ ବ୍ରତ ସରଞ୍ଜାମ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିରେ ଶାଢ଼ୀ, ଚଦର, ଉତ୍ତରୀୟ, ରାଇ ଦାମୋଦର ବ୍ରତ ବହି, ଶୁଖିଲା ମହାପ୍ରସାଦ ପ୍ରଭୃତି ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ହବିଷ୍ୟାଳୀମାନଙ୍କୁ ଦଣ୍ଡବତ ହୋଇ ଆର୍ଶୀମାଦ କାମନା କରିବା ସହ କହିଥିଲେ, ଏସବୁ ପ୍ରଦାନ କରି ଏହା ମୋ ନିଜର ମା’ଙ୍କୁ ଦେବା ପରି ଅନୁଭବ କରୁଛି । ସେ କହିଛନ୍ତି ଯେ, ଆପଣମାନେ ସମସ୍ତେ ଏହାକୁ ବ୍ରତ ପାନଳ ବେଳେ ବ୍ୟବହାର କରିବେ । ଏ ମାସ ସାରା ଆପଣମାନେ ଯେପରି ଖୁବ୍ ଭଲ ଭାବରେ ହବିଷ କରିବେ, ମହପ୍ରଭୁଙ୍କ ଦର୍ଶନ କରିବେ, ମହାପ୍ରସାଦ ସେବନ କାରିବେ, ଭଜନ କୀର୍ତ୍ତନ ଶୁଣିବେ ଓ ଖୁସି ମନରେ ଘରକୁ ଫେରିବେ ଏନେଇ ପ୍ରଶାସନଙ୍କୁ ଯନôବାନ ହେବାକୁ ନିଦେ୍ର୍ଦଶ ଦିଆଯାଇଛି । ଏହାସହ ମା’ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଡ଼ାକ୍ତର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ସୂଚନାଯୋଗ୍ୟ, ପୁରୀରେ କାର୍ତ୍ତିକ ବ୍ରତ ପାଳନ କରିବା ପାଇଁ ବିଭିନ୍ନ ଜିଲ୍ଲାରୁ ହବିଷ୍ୟାଳୀମାନେ ଆସିଥାନ୍ତି । ପ୍ରାୟ ୩୦୦୦ ହବିଷ୍ୟାଳୀଙ୍କ ପାଇଁ ପୁରୀର ବିଭିନ୍ନ ମଠରେ ରହିବାର ବ୍ୟବସ୍ଥା କରାଯାଇଛି ।