ଭୁବନେଶ୍ୱର: କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ୬୫ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିଦେ୍ର୍ଦଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ ତଥା ମାତୃଭୂମିର ସୁରକ୍ଷା ଓ ସମ୍ମାନ ପାଇଁ କର୍ମକ୍ଷେତ୍ରରେ ଶହୀଦ ହୋଇଥିବା ବୀରମାନଙ୍କ ଉଦେ୍ଦଶ୍ୟରେ ଶ୍ରର୍ଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।
ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ପୋଲିସର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି କହିବା ସହ ସାଧାରଣ ଲୋକଙ୍କ ଧନ ଜୀବନ, ସୁରକ୍ଷା, ଆଇନଶୃଙ୍ଖଳା ନିୟନ୍ତ୍ରଣ, ଆତଙ୍କବାଦ ଓ ବାମପନ୍ଥୀ ଉଗ୍ରବାଦ ଦମନ ସହ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାରେ ପୋଲିସ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ମତପ୍ରକାଶ କରିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶର ମାଓ ଉପଦ୍ରୁତ ରାଜ୍ୟଗୁଡ଼ିକରୁ ମାଓବାଦୀଙ୍କ ମୂଳୋତ୍ପାଟନ ନିମନ୍ତେ ଆହ୍ୱାନ ଦେଇଛନ୍ତି । ତାଙ୍କର ଏହି ଆହ୍ୱାନକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ପୋଲିସ ଉଦ୍ୟମ ଜାରି ରଖିଛି ବୋଲି ଡିଜିପି ଶ୍ରୀ ଖୁରାନିଆ ମତବ୍ୟକ୍ତ କରିଥିଲେ ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଆନ୍ଧ୍ରପ୍ରଦେଶର ୨, ଅରୁଣାଚଳ ପ୍ରଦେଶର ୨ ଆସାମର ୬ ଜଣ, ବିହାରର ୧୫ ଜଣ, ଛତିଶଗଡ଼ର ୧୧, ଝାଡ଼ଖଣ୍ଡର ୪ ଜଣ, କର୍ଣ୍ଣାଟକର ୫ଜଣ, କେରଳର ଜଣେ, ପଞ୍ଜାବ ୨ ଜଣ, ରାଜସ୍ଥାନର ୨୦ ଜଣ, ତାମିଲନାଡ଼ୁର ୫ ଜଣ, ତେଲେଙ୍ଗାନାର ଜଣେ, ତ୍ରିପୁରାର ୩ ଜଣ, ଉତ୍ତରପ୍ରଦେଶର ୩, ଉତ୍ତରାଖଣ୍ଡର ୪ , ପଶ୍ଚିମବଙ୍ଗର ୯ ଜଣ, ଆଣ୍ଡାମାରନ ଓ ନିକୋବର ଦ୍ୱିପର ଜଣେ ଦିଲ୍ଲୀର ୫ ଜଣ, ଜାମ୍ମୁ ଓ କାଶ୍ମୀରରେ ୭ ଜଣ, ବିଏସ୍ଏଫର ୧୯ ଜଣ, ସିଆଇଏସ୍ଏଫର ୬ ଜଣ ସିଆରପିଏଫର ୨୩ , ଆଇଟିବିପିର ୬, ଏସ୍ଏସ୍ବିର ୨ ଜଣ, ଏଫଏସ୍ ସିଡ଼ି ଏବଂ ହୋମଗାର୍ଡ଼ର ୨ ଜଣ ଆରପିଏଫ୍ର ୧୪ ଜଣ ଶହୀଦ ହୋଇଛନ୍ତି ।