କଟକ ୨୧ ।୧୦: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ କଟକ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ନେଇ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନେ୍ଦଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ନିମନ୍ତେ ସମସ୍ତ ବିଭାଗ ସଜାଗ ରହିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ଜିଲ୍ଲାରେ ଥିବା ସମସ୍ତ ବହୁମଖୀ ବାତ୍ୟା ଆଶ୍ରୟସ୍ଥଳୀ ଓ ଅନ୍ୟାନ୍ୟ ଆଶ୍ରୟସ୍ଥଳୀଗୁଡିକୁ ପ୍ରସ୍ତୁତ ରଖିବା, ଆଶ୍ରୟସ୍ଥଳୀଗୁଡିକରେ ପାନୀୟ ଜଳ, ଖାଦ୍ୟ, ଶୌଚାଳୟ ଓ ବିଜୁଳି ଭଳି ମୌଳିକ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ସମସ୍ତ ବିଡିଓ ଏବଂ ସହରାଂଚଳ ସ୍ୱାୟତ ଶାସନ ସଂସ୍ଥାର ନିର୍ବାହୀ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଏଥିସହ ପ୍ରତ୍ୟେକ ଆଶ୍ରୟସ୍ଥଳୀରେ ଅତିକମରେ ତିନିଜଣ ଲେଖାଏଁ ସରକାରୀ ଅଧିକାରୀ ନିୟୋଜିତ କରିବାକୁ ବିଡିଓ ଓ ତହସିଲଦାରମାନଙ୍କୁ କୁହଯାଇଛି । ପବନ ବହିବା ସମୟରେ ଘରୁ ବାହାରକୁ ନଯିବା ନିମନ୍ତେ ଜନସାଧାରଣଙ୍କୁ ସଚେତନ କରିବାକୁ କୁହାଯାଇଛି ।
ଜିଲ୍ଳାରେ ୨୪ ଘଂଟିଆ କଂଟ୍ରୋଲ ରୁମ ଖୋଲାଯିବା ସହ ଜିଲ୍ଲାର ସମସ୍ତ ଡାକ୍ତରଖାନାରେ ଆବଶ୍ୟକୀୟ ଔଷଧ ଓ ଡାକ୍ତର ମହଜୁଦ ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି । ଏଥିସହ ଚାଷୀମାନେ ସେମାନଙ୍କ ଅମଳ ହୋଇସାରିଥିବା ଫସଲକୁ ସୁରକ୍ଷିତ ସ୍ଥାନକୁ ନେଇଯିବା ସହ ଗୃହପାଳିତ ପଶୁମାନଙ୍କୁ ମାଟି ଘରେ ନ ରଖି ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯିବା ସହ ଆବଶ୍ୟକ ପରିମାଣର ଗୋଖାଦ୍ୟ ମହଜୁଦ ରଖିବାକୁ ଜିଲ୍ଳା ମୁଖ୍ୟ ପ୍ରାଣୀସମ୍ପଦ ଅଧିକାରୀଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ବାତ୍ୟା ପରବର୍ତ୍ତୀ ସମୟରେ ବିପର୍ଯ୍ୟସ୍ତ ହୋଇପଡିଥିବା ସଡକ, ବିଜୁଳି ଓ ଟେଲି ଯୋଗାଯୋଗ ବ୍ୟବସ୍ଥାରେ ତ୍ୱରିତ ବେଗରେ ସୁଧାର ଆଣିବାକୁ ସମ୍ପୃକ୍ତ ବିଭାଗଗୁଡିକୁ ନିଦେ୍ର୍ଦଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟାର ଯଥେଷ୍ଟ ପୂର୍ବରୁ ଜିଲ୍ଲାର ବିିଭିନ୍ନ ସ୍ଥାନରେ ଥିବା ହାଇମାଷ୍ଟ ଲାଇଟ୍ ଓ ବଡ ବଡ ହୋର୍ଡିଂଗୁଡିକୁ ହଟାଇ ଦିଆଯିବାକୁ ନିଦେ୍ର୍ଦଶ ଦିଆଯାଇଛି । ଉଦ୍ଧାର ଓ ଥଇଥାନ କାର୍ଯ୍ୟ ନିମନ୍ତେ ସମସ୍ତ ବିଭାଗ ପ୍ରସ୍ତୁତ ରହିବା ସହ ବିଭିନ୍ନ ସ୍ଥାନରେ ଓଡ୍ରଫ ଟିମ୍ ମୁତୟନ ରହିବାକୁ ନିଦେ୍ର୍ଦଶ ଦିଆଯାଇଛି ।