ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୧ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଶେଷ ଟେଷ୍ଟ୍ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ ମୁମ୍ବାଇର ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ବେଳେ ଏହି ମ୍ୟାଚ୍ ପାଇଁ ଭାରତୀୟ କ୍ରିକେଟ ଦଳରେ ହର୍ଷିତ ରାଣାଙ୍କୁ ନିଆଯାଇଛି। ହର୍ଷିତ ରାଣା ଜଣେ ଅଲ୍ରାଉଣ୍ଡର୍ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଶେଷ ଟେଷ୍ଟ୍ ମ୍ୟାଚ୍ ପାଇଁ ତାଙ୍କୁ ନିଆଯାଇଥିବାରୁ ସେ ରଣଜୀ ଟ୍ରଫିର ଚତୁର୍ଥ ରାଉଣ୍ଡ ମ୍ୟାଚ୍ରେ ଏହି ଅଲ୍ରାଉଣ୍ଡର୍ଙ୍କ ସେବାରୁ ଦିଲ୍ଲୀ ଦଳ ବଞ୍ଚିତ ହେବ।
ସୂଚନାଯୋଗ୍ୟ ଯେ, ରଣଜୀ ଟ୍ରଫିରେ ଆସାମ ବିପକ୍ଷ ମ୍ୟାଚ୍ରେ ହର୍ଷିତ ୭ ୱିକେଟ୍ ନେଇ ପ୍ରଥମ ପାଳିରେ ୫୦ ରନ୍ କରିଥିଲେ।
ପ୍ରକାଶଥାଉ କି, ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟ୍ ଲାଗି ଘୋଷିତ ଭାରତୀୟ ଦଳରେ ହର୍ଷିତ ଥିବା ବେଳେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ସମ୍ଭାବନା ନଥିବାରୁ ତାଙ୍କୁ ରଣଜୀ ମ୍ୟାଚ୍ ଖେଳିବାକୁ ବିସିସିଆଇ ଛାଡ଼ିଥିଲା। ତେବେ ତୃତୀୟ ଟେଷ୍ଟ୍ ଖେଳିବା ପାଇଁ ୱାଙ୍ଖ୍ଡେ ହର୍ଷିତଙ୍କୁ ଚୟନ କରାଯାଇଛି ।