ଅହମଦାବାଦ: ନିକଟରେ ଟି-୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଭାରତୀୟ ମହିଳା କ୍ରିକେଟ ଦଳ ଦମଦାର ପ୍ରଦର୍ଶନ କରିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ଟିକିଆ ଦିନିକିଆ ସିରିଜରେ ଭାରତ ୨-୧ରେ ବିଜୟ ହାସଲ କରିଛି।
ସୂଚନାଯୋଗ୍ୟ ଯେ, ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ଭାରତୀୟ ମହିଳା ଦଳ ନ୍ୟୁଜିଲ୍ୟାଣ୍ଡ ଠାରୁ ପରାଜୟ ବରଣ କରିଥିବା ବେଳେ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଭାରତୀୟ ମହିଳା ଟିମ ଏହାର ପ୍ରତ୍ୟୁତ୍ତର ଦେଇଛି।
ଏହି ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ରେ ଭାରତ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ବିଜୟ ହାସଲ କରିଥିଲା। କିନ୍ତୁ ଶେଷ ଦିନିକିଆରେ ଭାରତୀୟ ମହିଳା ଦଳ ୬ ୱିକେଟ ବିନିମୟରେ ଜିତି ନେଇଛନ୍ତି। ତେବେ ଏହି ମ୍ୟାଚରେ ଓପନର ସ୍ମୃତି ମନ୍ଧାନା ରେକର୍ଡ ଶତକ ହାସଲ କରିଥିବା ବେଳେ ଅଧିନାୟକ ହରମନପ୍ରୀତ କୌର ଅପରାଜିତ ୫୯ ରନର ଇନିଂସ ଖେଳିଥିଲେ। ଏହାବ୍ୟତୀତ ୟାସ୍ତିକା ଭାଟିଆ ମଧ୍ୟ ଓ ଜେମିମା ରୋଡ୍ରିଗ୍ସ ଯଥାକ୍ରମେ ୩୫ ଓ ୨୨ ରନ କରିଛନ୍ତି। ତେବେ ବ୍ୟାଟ୍ସମ୍ୟାନଙ୍କ ଦମଦାର ପ୍ରଦର୍ଶନ ଫଳରେ ଦମରେ ଭାରତୀୟ ମହିଳା ଦଳ ଜିତିଯାଇଛି । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଦିଆଯାଇଥିବା ୨୩୩ ରନର ଟାର୍ଗେଟକୁ ୩୪ ବଲ ପୂର୍ବରୁ ଜିତି ନେଇଥିଲା ଭାରତୀୟ ମହିଳା ଦଳ। ୩୫ ବଲରେ ଜିତିବା ପାଇଁ ମାତ୍ର ୧ ରନ ଦରକାର ଥିବା ବେଳେ କୌର ଏକ ଚୌକା ମାରି ଭାରତକୁ ବିଜୟୀ କରାଇଥିଲେ।