ଭୁବନେଶ୍ୱର: ବିସିସିଆଇ ପକ୍ଷରୁ ୧୯ ବର୍ଷରୁ କମ ଘରୋଇ ସିଜିନ କୁଚ ବିହାର ଟ୍ରଫି ପାଇଁ ଓଡିଶା ପୁରୁଷ ଦଳ ଘୋଷଣା ହୋଇଛି। ଏହି ଦଳ ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଏଥିରେ ୧୮ ଜଣ ମେମ୍ବର ରହିଛନ୍ତି। ତେବେ ଏହି ଟିମର ଅଧିନାୟକ ଭାବେ ଶ୍ରେୟାନ୍ସ ଭରଦ୍ୱାଜଙ୍କୁ ଚୟନ କରିଛି ଓଡିଶା କ୍ରିକେଟ ଆସୋସିଏସନ । ଦଳରେ ଅଭିଜ୍ଞ ଓ ନବାଗତଙ୍କୁ ସାମିଲ କରାଯାଇଥିବା ବେଳେ ଏଥିରେ ଆୟୁଷ ସୁତାର, ପ୍ରୟାନ ପି ସାମଲ, ଶ୍ରେୟାଂଶୁ ପଟ୍ଟନାୟକ, ସମ୍ବିତ କୁମାର ବେଜା, ବିଶ୍ଵଜିତ ପ୍ରଧାନ, ପାନାକାଲା ମକସିତ, ଅନୁରାଗ ମଲ୍ଲିକଙ୍କ ଭଳି ଦକ୍ଷ ଖେଳାଳି ରହିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ଆସନ୍ତା ୬ ତାରିଖରେ ଦିଲ୍ଲୀ ବିପକ୍ଷରେ ଓଡିଶାର ପ୍ରଥମ ମ୍ୟାଚ ଖେଳାଯିବ। ଏହି ଟିମ ଘୋଷଣା ପୂର୍ବରୁ ଅନେକ ଅଭ୍ୟାସ ମ୍ୟାଚ ଓ କ୍ୟାମ୍ପ କରାଯାଇଥିବା ସୂଚନା ମିଳିଛି। ତେବେ ଚଳିତ ବର୍ଷ କୁଚ ବିହାର ଟ୍ରଫିରେ ଓଡିଶା ଭଲ ପ୍ରଦର୍ଶନ କରିବ ବୋଲି ଓଡିଶା ଅଣ୍ଡର-୧୯ ଚୟନ କମିଟି ଅଧକ୍ଷ ନଟରାଜ ବେହେରା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ଅପରପକ୍ଷରେ ଅନେକ ବର୍ଷ ଧରି ଜୁନିୟର ଵର୍ଗରେ ଓସିଏ ଘରୋଇ ସିଜିନରେ ନୈରାଶ୍ୟଜନକ ପ୍ରଦର୍ଶନ କରି ଆସୁଥିବା ବେଳେ ଅନେକ ଯୁବ ତାରକା ରଣଜୀ ଟ୍ରଫିରେ ପଦାର୍ପଣ କରିଛନ୍ତି। ତେଣୁ କୁଚ ବିହାର ଟ୍ରଫିରେ ଓଡିଶାର ପ୍ରଦର୍ଶନ ବେଶ ଉଚ୍ଚକୋଟିର ରହିବ ବୋଲି ଦଳର କୋଚ୍ ପ୍ରଭଞ୍ଜନ ମଲ୍ଲିକ ମଧ୍ୟ କହିଛନ୍ତି।