ଚେନ୍ନାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଚେନ୍ନାଇସ୍ଥିତ ଆପୋଲୋ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣା ପଡିଛି। ବର୍ତ୍ତମାନ ସେ ହସ୍ପିଟାଲରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖିଛନ୍ତି। ଏନେଇ ରିଜର୍ଭ ବ୍ୟାଙ୍କର ଜଣେ ଅଧିକାରୀ ଗଭର୍ଣ୍ଣରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ଚିନ୍ତାର କୌଣସି କିଛି ନାହିଁ। ଆରବିଆଇ ଖୁବଶୀଘ୍ର ଏ ନେଇ ବିଧିବଦ୍ଧ ବିବୃତି ଜାରି କରିବା ସହିତ ମେଡିକାଲ ବୁଲେଟିନ୍ ମଧ୍ୟ ଜାରି ହେବ।
ଅପରପକ୍ଷରେ, ରିଜର୍ଭ ବ୍ୟାଙ୍କର ଜଣେ ମୁଖପାତ୍ର କହିଛନ୍ତି ଯେ, ଗ୍ୟାସଜନିତ ସମସ୍ୟା କାରଣରୁ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ଏବଂ କିଛି ସମୟ ମଧ୍ୟରେ ତାଙ୍କୁ ଡିସଚାର୍ଜ କରାଯିବ। ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ସେହିପରି ଜରୁରୀକାଳୀନ ପରିସ୍ଥିତି କିଛି ନଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି।
ପ୍ରକାଶଥାଉ କି, ବେଳେ କରୋନା ସମୟରେ ଭାରତକୁ ଆର୍ଥନୀତିକ ସଙ୍କଟର କଡ଼ା ମୁକାବିଲା କରିବାରେ ଶକ୍ତିକାନ୍ତ ଦାସ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହା ସମୟରେ ଆରବିଆଇ କୋଭିଡ୍-୧୯ ପ୍ରଭାବିତ କ୍ଷେତ୍ରକୁ ସମର୍ଥନ କରି ନଗଦ ଟଙ୍କା ପ୍ରଦାନ କରିବା ସହିତ ସୁଧ ହାରକୁ ହ୍ରାସ କରିଥିଲା ।
ତେବେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ୨୦୨୪ ଡିସେମ୍ବର ୧୦ରେ ଶେଷ ହେଉଥିବା ବେଳେ କ୍ରମାଗତ ଦ୍ବିତୀୟ ଥର ପାଇଁ ସରକାର ତାଙ୍କ କାର୍ଯ୍ୟକାଳ ବୃଦ୍ଧିକରିପାରନ୍ତି ବୋଲି ଅନୁମାନ କରାଯାଉଛି। ଯଦି ଏପରି ହୁଏ ତେବେ ଶକ୍ତିକାନ୍ତ ଦାସ ଦୀର୍ଘ ଦିନ ଧରି ଗଭର୍ଣ୍ଣର ପଦରେ ରହିବାର ରେକର୍ଡ ସୃଷ୍ଟି କରିବେ।