ଉଦୟପୁର,୨୬ା୧୧: ରାଜସ୍ଥାନର ମେୱାର ରାଜ ପରିବାରରେ ସମ୍ପତ୍ତିକୁ ନେଇ ବିବାଦ ଚରମ ସୀମାରେ ପହଞ୍ଚିଥିବାବେଳେ ପରବର୍ତ୍ତୀ ଉତ୍ତରାଧିକାରୀ ଭାବରେ ମନୋନୀତ ବିଷଭରାଜ ସିଂଙ୍କୁ ତାଙ୍କ ପୁତୁରା ଓ ଅନ୍ୟମାନେ ରାଜପ୍ରାସାଦ ମଧ୍ୟକୁ ପ୍ରବେଶ ଅନୁମତି ଦେଇନାହାନ୍ତି । ଏହାକୁ କେନ୍ଦ୍ରକରି ରାଜପ୍ରାସାଦ ଫାଟକ ନିକଟରେ ଉଭୟ ଗୋଷ୍ଠୀର ସମର୍ଥକଙ୍କ ମଧ୍ୟରେ ଢେଲାପଥର ମାଡ ହୋଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସେଠାରେ ପୁଲିସ ମୁତୟନ କରାଯାଇଛି ।
ସୂଚନାଯୋଗ୍ୟ ଯେ ରାଜସମନ୍ଦର ବିଜେପି ବିଧାୟକ ବିଷଭରାଜ ସିଂଙ୍କୁ ତାଙ୍କ ପିତାଙ୍କ ମୃତୁ୍ୟର ୧୨ ଦିନ ପରେ ଐତିହାସିକ ଚିତ୍ତୋରଗଡ ଦୁର୍ଗରେ ମେୱାର ରାଜବଂଶର ପରବର୍ତ୍ତୀ ଉତ୍ତରାଧିକାରୀ ଭାବରେ ମନୋନୀତ କରାଯାଇଥିଲା । ବିଷଭରାଜଙ୍କ ପନôୀ ମହିମା କୁମାରୀ ମଧ୍ୟ ସ୍ଥାନୀୟ ସାଂସଦ ଅଛନ୍ତି । ସୋମବାର ରିଷଭରାଜ ମେୱାରର ୭୭ତମ ମହାରାଜା ଭାବରେ ଅଭିଷିକ୍ତ ହେବାପରେ ମେୱାର ରାଜପ୍ରାସାଦ ପରିସରରେ ଥିବା ଧୂନି ମାତା ମନ୍ଦିର ଏବଂ ଏକଲିଙ୍ଗ ଶିବମନ୍ଦିରକୁ ଦର୍ଶନ କରିବାକୁ ଆସିଥିଲେ । କିନ୍ତୁ ପ୍ରାସାଦ ଫାଟକ ନିକଟରେ ତାଙ୍କ ପୁତୁରା ଡ.ଲକ୍ଷ୍ୟରାଜ ସିଂ ମେୱାର ତାଙ୍କୁ ଭିତରକୁ ପ୍ରବେଶ ଅନୁମତି ଦେଇନଥିଲେ । ଉକ୍ତ ରାଜପ୍ରାସାଦ ସମ୍ପ୍ରତି ଏକ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଛି । ଲକ୍ଷ୍ୟରାଜ ଏବଂ ବିଷଭରାଜଙ୍କ ଦାଦା ଶ୍ରୀଜୀ ଅରବିନ୍ଦ ସିଂ ମେୱାର ଉକ୍ତ ଟ୍ରଷ୍ଟ ପରିଚାଳନା କରୁଛନ୍ତି । ବିଷଭରାଜଙ୍କୁ ପ୍ରବେଶ ଅନୁମତି ନମିଳିବାରୁ ତାଙ୍କ ସମର୍ଥକମାନେ ଫାଟକ ନିକଟରେ ଗଣ୍ଡଗୋଳ କରିବା ସହିତ ଭିତରେ ଥିବା ଲୋକଙ୍କ ଉପରକୁ ଢେଲାପଥର ମାଡ କରିଥିଲେ । ଅପର ପକ୍ଷରୁ ମଧ୍ୟ ପଥରମାଡ କରାଯିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡିଥିଲା । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ସେଠାରେ ପୁଲିସ ମୁତୟନ କରାଯାଇଛି ।