ନୂଆଦିଲ୍ଲୀ: ବିଡବ୍ଲୁ୍ୟଏଫ୍ ୱାର୍ଲଡ ଟୁର୍ ଫାଇନାଲରେ ଭାରତର ମହିଳା ଯୋଡି ତ୍ରିସା ଜୋଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ଭାରତୀୟ ଖେଳାଳି ଭାବରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ସେମାନେ ଏସୀୟ ଟିମ୍ ଇଭେଣ୍ଟରେ କେତେକ ଶୀର୍ଷ ରାଙ୍କିଙ୍ଗ ଟିମ୍କୁ ପରାସ୍ତ କରିଛନ୍ତି । ଚଳିତ ସପ୍ତାହରେ ହାଙ୍ଗଝୁରେ ୱାର୍ଲଡ ଟୁର୍ ଫାଇନାଲ ଖେଳାଯିବା କାର୍ଯ୍ୟକ୍ରମ ରହିଛି । ସେମାନେ ନିଜ ଗ୍ରୁପ୍ ରେ ନିମ୍ନ ରାଙ୍କ୍ ଅର୍ଥାତ ୧୩ତମ ସ୍ଥାନରେ ରହିଥିବାବେଳେ ଚାଇନାର ଏକ ନମ୍ବର ବିଶ୍ୱ ରାଙ୍କିଙ୍ଗ୍ ରେ ଥିବା ଲିଉ-ତାନ୍, ମାଲୟେସିଆର ୬ ନମ୍ବର ପର୍ଲି-ଥିନ୍ନା ଏବଂ ଜାପାନର ୪ ନମ୍ବର ମାତ୍ସୁୟାମା-ଶିଦାଙ୍କ ସହିତ ରହିଛନ୍ତି । ଏହି ଭାରତୀୟ ୨୧ ବର୍ଷ ବୟସ୍କା ଯୋଡି ସେମାନଙ୍କର ପ୍ରତ୍ୟେକ ବିପକ୍ଷ ଯୋଡିଙ୍କ ଠାରୁ ଗୋଟିଏ ଲେଖାଏଁ ବିଜୟ ହାସଲ କରିଛନ୍ତି । ତେବେ ଏହି ସମସ୍ତ ୩ଟି ବିଜୟ ଏସୀୟ ଟିମ୍ ଇଭେଣ୍ଟରେ ହାସଲ କରାଯାଇଛି । ଚଳିତ ବର୍ଷ ଏହି ଯୋଡି ସେମାନଙ୍କର କ୍ରୀଡା ଯାତ୍ରା ଆରମ୍ଭ କରିଥିଲେ। ଭାରତ ଏହି ସମୟରେ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ହାସଲ କରିଥିଲା। କିନ୍ତୁ ହାଙ୍ଗଝୁରେ ପର୍ଲି-ଥିନ୍ନାଙ୍କ ଯୋଡି ଭାରତ ପାଇଁ ବୃହତ ଚାଲେଞ୍ଜ ସୃଷ୍ଟି କରିବାକୁ ଯାଉଛନ୍ତି ।