ଜୋହାନ୍ସବର୍ଗ: ବିଶ୍ବ ରେକର୍ଡ ହାସଲ କଲା ପାକିସ୍ତାନ କ୍ରିକେଟ ଟିମ। ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ହରାଇ ଇତିହାସ ରଚିଛି। ଏହି ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ ଡକ୍ୱର୍ଥ-ଲୁଇସ୍ ନିୟମ ଅଧୀନରେ ୩୬ ରନରେ ମ୍ୟାଚ ଜିତି ପାକିସ୍ତାନ ଏହି ବିଶ୍ୱ ରେକର୍ଡ ହାସଲ କରିଛି। ଏହାସହିତ ଦିନିକିଆ ସିରିଜରେ ଦକ୍ଷିଣ ଆଫ୍ରିକାକୁ ଘରୋଇ ମାଟିରେ କ୍ଲିନ୍ ସୁଇପ୍ କରିବାରେ ବିଶ୍ୱର ପ୍ରଥମ ଦଳ ଭାବେ ରେକର୍ଡ ସୃଷ୍ଟି କରିଛି।
ମହମ୍ମଦ ରିଜୱାନଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହି ଦିନିକିଆ ମ୍ୟାଚ ଖେଳିଥିଲା। ଏହି ମ୍ୟାଚ ସମୟରେ ପ୍ରଥମେ ପାକିସ୍ତାନ ପକ୍ଷରୁ ଦମଦାର ବ୍ୟାଟିଂ ଏବଂ ପରେ ଚମତ୍କାର ବୋଲିଂ ଦେଖିବାକୁ ମିଳିଥିଲା।
ମ୍ୟାଚ ଆରମ୍ଭରେ ଦକ୍ଷିଣ ଆଫ୍ରିକା ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ପାକିସ୍ତାନ ୪୭ ଓଭରରେ ୯ ଉଇକେଟ ବିନିମୟରେ ୩୦୮ ରନ ସଂଗ୍ରହ କରିଥିଲା। ବର୍ଷା ହେତୁ ଦଳ ୪୭ ଓଭର ବିଶିଷ୍ଟ ମ୍ୟାଚ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପାକିସ୍ତାନ ପକ୍ଷରୁ ସାମ ଆୟୁବ ଚମତ୍କାର ଇନିଂସ ଖେଳି ୯୪ ବଲରୁ ୧୩ ଚୌକା ଓ ୨ ଛକା ସହାୟତାରେ ୧୦୧ ରନ ହାସଲ କରିଥିଲେ। ଅପରପକ୍ଷରେ ଦକ୍ଷିଣ ଆଫ୍ରିକା ଦଳ ୪୨ ଓଭର ବେଳକୁ ସମସ୍ତ ଉଇକେଟ ହରାଇ ୨୭୧ ରନରେ ସୀମିତ ରହିଥିଲା