ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ୧୩ ଟି ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିବା ବେଳେ ତୟାପୁଟ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ସେନ୍ତା ସାଉନ୍ତାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଡ଼ିଓ ଗୁରେଶ୍ୱର ଭୋଇ ଯୋଗ ଦେଇ ପଞ୍ଚାୟତରେ ଲାଗିରହିଥିବା ଆବାସ ଯୋଜନା, ପିଡ଼ିଏସ ଚାଉଳ ଓ ପାନୀୟ ଜଳ ସମସ୍ୟା ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଛଅଟି ଅଭିଯୋଗ ହୋଇଥିବା ବେଳେ ତୁରନ୍ତ ସମାଧାନ କରାଯିବ ବୋଲି ବିଡ଼ିଓ ଶ୍ରୀଯୁକ୍ତ ଭୋଇ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିପିଓ ସୁଧୀର ବେହେରା,ଯୋଗାଣ ଅଧିକାରୀ ଆଦିତ୍ୟ ପ୍ରସାଦ ନାୟକ, ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଭାବାତୋଷ ସ୍ୱାଇଁ, ଓଡିଶା ଜୀବିକା ମିଶନ କୋଡିନେଟର ପ୍ରକାଶ ଚନ୍ଦ୍ର ସେଠୀ,ବିଏସଏସଓ ଅଂଶୁମାନ ବେହେରା, ବି.ଆ.ର.ସି ଦାମୋଦର କନ୍ଦପାନ ପ୍ରଭୃତିଙ୍କ ସମେତ ପଞ୍ଚାୟତର ଅନେକ ଲୋକ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ କୁ ଏଡିଓ ଏନ.ସମେଶ୍ୱର ରାଓ ପରିଚାଳନା କରିଥିଲେ।
ପ୍ରକାଶଥାଉ କି, ମାସର ପ୍ରତ୍ୟେକ ସୋମବାର ଏହି ଜନ ଶୁଣାଣି କାର୍ଯ୍ୟକ୍ରମ ହେଉଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତର ବିଭିନ୍ନ ସମସ୍ୟାର ସମାଧାନ କରାଯିବା ସହିତ ଏନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥାଏ।