ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କ କାରକେଡ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜୟପୁରରେ ଜଗତପୁରାରେ ଏନଆରଆଇ ସର୍କଲ ନିକଟରେ ଏହି ଦୁର୍ଘଟଣା ଘଟାଇଥିଲା। ଏଥିରେ ଜଣେ ଏଏସଆଇଙ୍କ ପ୍ରାଣହାନୀ ଘଟିଥିବା ବେଳେ ଅନ୍ୟ ୬ ଜଣ ପୋଲିସ କର୍ମୀ ଚିକିତ୍ସିତ ହେଉଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ କାରକେଡ ଯାଉଥିବା ବେଳେ ହଠାତ୍ ଅନ୍ୟ ଏକ ଦିଗରୁ କାର୍ ଆସି ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଘଟଣାରେ ୫ ଜଣ ପୋଲିସଙ୍କ ସମେତ ୭ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମୁଖ୍ୟମନ୍ତ୍ରୀ ନିଜେ ହସପିଟାଲରେ ଭର୍ତ୍ତି କରାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ଏଏସଆଇଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଦୁର୍ଘଟଣା ପରେ ପୋଲିସର ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି କାରକେଡ ସହିତ ଧକ୍କା ହୋଇଥିବା ଗାଡିକୁ ଜବତ କରିଥିଲେ । ଏହି କାରର ଡ୍ରାଇଭର ମଧ୍ୟ ଆହତ ହୋଇଥିବା ଜଣାପଡିଛି ।