କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ବୁଧବାର ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ହୋଇଥିଲା। ଶରଣାର୍ଥୀ ମନ୍ତ୍ରଣାଳୟରେ ଏହି ବିସ୍ଫୋରଣ ହୋଇଥିଲା। ଏଥିରେ ତାଲିବାନର ଶରଣାର୍ଥୀ ମନ୍ତ୍ରୀ ତଥା ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଖଲିଲ ତୋମର ରେହମାନ ହକ୍କାନି ଏବଂ ତାଙ୍କର ୩ ଅଙ୍ଗରକ୍ଷୀଙ୍କ ସମେତ ସମୁଦାୟ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣାକୁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇଶାକ ଡାର୍ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ଏହାସହିତ ପାକିସ୍ତାନ ସମସ୍ତ ପ୍ରକାର ଆତଙ୍କବାଦକୁ ବିରୋଧ କରୁଛି ଏବଂ କାବୁଲ ସହ ଯୋଗାଯୋଗରେ ଥିବା କହିଛନ୍ତି।
ପ୍ରକାଶଥାଉ କି, ତାଲିବାନର ମୁଖ୍ୟ ଶତ୍ରୁ ଇସଲାମିକ ଷ୍ଟେଟ୍ ସହ ଜଡ଼ିତ ଆତଙ୍କବାଦୀ ସଂଗଠନ ଏହି ସଙ୍ଗଠନକୁ ଟାର୍ଗେଟ ଜାରି ରଖିଛି। ନିକଟରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ଏହି ଗୋଷ୍ଠୀର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।