ବିଜେପି ସରକାରଙ୍କ ଅଧକ୍ଷତାରେ ଅଧକ୍ଷତାରେ ଚଳିତ ବର୍ଷର ପ୍ରଥମ ବଜେଟ ଅଧିବେଶନ ବୁଧବାର ସମାପ୍ତ ହୋଇଛି। ଗତ ଜୁଲାଇ ୨୨ ରୁ ଆରମ୍ଭ ହୋଇଥିବା ପ୍ରଥମ ଅଧିବେଶନ ନିର୍ଦ୍ଧାରିତ ସମୟର ଦୁଇଦିନ ପୂର୍ବରୁ ଅର୍ଥାତ ସେପ୍ଟେମ୍ବର ୧୩ ତାରିଖରେ ଶେଷ ହୋଇଛି। ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ମୋହନ ସରକାରଙ୍କ ଅଧକ୍ଷତାରେ ଅଧିବେଶନ ବସିଥିଲା । ଶେଷ ଦିନରେ ବାଚସ୍ପତି ସୁରମା ପାଢୀ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ।
ଚଳିତ ବଜେଟ ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟଦିବସ ପୂର୍ବନିିର୍ଦ୍ଧାରିତ ହୋଇଥିବାବେଳେ ୨୫ ଦିନ ଧରି ଗୃହ ଚାଲିଥିଲା । ୨ଟି ପର୍ଯ୍ୟାୟରେ ଏହି ବଜେଟ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଜୁଲାଇ ୨୨ରୁ ଆରମ୍ଭ ହୋଇ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଏବଂ ଦ୍ବିତୀୟ ଅଧିବେଶନ ଅଗଷ୍ଟ ୨୦ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଚାଲିଥିଲା । ଚଳିତ ବର୍ଷ ପ୍ରଥମ ବଜେଟ ଅଧିବେଶନରେ ୧୯ଟି ମୁଲତବୀ ପ୍ରସ୍ତାବ, ୨୧ଟି ଖର୍ଚ୍ଚ ଦାବି ଆଲୋଚନା, ୪୨ଟି କମିଟି ରିପୋର୍ଟ ଉପସ୍ଥାପନ ସମେତ ବ୍ୟୟମଞ୍ଜୁରୀ ବିଲ୍, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ ହେବା ସହ ଲେଖାନୁଦାନ ବିଲ୍ ପାରିତ ହୋଇଛି । ଦେଢ଼ ମାସ ଧରି ଚାଲିଥିବା ଏହି ଅଧିବେଶନରେ ମାତ୍ର ଦୁଇଟି ବିଲ ପାରିତ ହୋଇଛି। ଦ୍ରବ୍ୟ ଓ ସେବା କର ବିଲ ସଂଶୋଧିତ ହେବା ସହ ଓଡିଶା ବିନିଯୋଗ ବିଲ ଓ ଶେଷ ଦିବସରେ ଓଡ଼ିଶା ଦ୍ରବ୍ୟ ଓ ସେବା କର ବିଲ୍-୨୦୧୪ ପାରିତ ହୋଇଛି । ତେବେ ପରମ୍ପରା ଅନୁଯାୟୀ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢୀ।