ନୂଆଦିଲ୍ଲୀ: ଦେଶ ପାଇଁ ସବୁ ସମୟରେ ସଜାଗ ପ୍ରହରୀ ଭାବରେ କାର୍ଯ୍ୟ କରୁଛି ଭାରତୀୟ ସେନା । ଏହାର ତିନିବାହିନୀର ଯବାନ ଦେଶ ପାଇଁ ପ୍ରାଣବଳି ଦେଉଛନ୍ତି । ଏଭଳି ଏକ ଗୋ÷ରବାବହ ଏବଂ ସମ୍ମାନଜନକ ସେବାରେ ନିୟୋଜିତ କିଛି ହାତଗଣତି ଅଫିସର, ଯବାନଙ୍କ ପାଇଁ ଅନେକ ସମୟରେ ସମୁଦାୟ ସେନା ବଦନାମ ହେଉଛି । ଏବେ ଏଭଳି ଘଟଣାକୁ ନେଇ ସଙ୍ଗୀନ ଅଭିଯୋଗ ହୋଇଛି । ସେନାର ଜଣେ ମହିଳା ଅଫିସରଙ୍କୁ ଭାରତୀୟ ବାୟୁସେନାର ଜଣେ ୱିଙ୍ଗ କମାଣ୍ଡର ବଳାକ୍ରାର କରିଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଉକ୍ତ ୱିଙ୍ଗ କମାଣ୍ଡରଙ୍କୁ ଗିରଫ କରାଯିବା ପୂର୍ବରୁ ସେ ଆଗୁଆ ଜାମିନ ପାଇଯାଇଥିବା ଜଣାଯାଇଛି । ଜମ୍ମୁ କାଶ୍ମୀର ଉଚ୍ଚ ନ୍ୟାୟାଳୟ ଉକ୍ତ ୱିଙ୍ଗ କମାଣ୍ଡରଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି ।
ମହିଳା ଅଫିସର ଜଣକ ୱିଙ୍ଗ କମାଣ୍ଡରଙ୍କ ବିରୋଧରେ ଏଭଳି ଅଭିଯୋଗ ନେଇ ଏତଲା ଦେବାପରେ ୱିଙ୍ଗ କମାଣ୍ଡର ଉଚ୍ଚ ନ୍ୟାୟାଳୟଙ୍କର ଦ୍ୱାରସ୍ଥ ହୋଇଥିଲେ । ଏଥିସହିତ ନ୍ୟାୟାଳୟଙ୍କ ବିନା ଅନୁମତିରେ ଅଭିଯୋଗ ଫର୍ଦ୍ଦ ଦାଖଲ ନକରିବାକୁ ମଧ୍ୟ ପୋଲିସକୁ ନିର୍ଦେଶ ଦିଆଯାଇଛି । ତେବେ ଏହି ଅଭିଯୋଗର ତଦନ୍ତ ଜାରି ରହିବ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଦିଆଯାଇଥିବା ଆଦେଶରେ ପ୍ରତ୍ୟେକ ୫୦ ହଜାର ଟଙ୍କାର ଦୁଇଟି ସିୟୋରିଟି ଦାଖଲ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଛାଡିବା ପୂର୍ବରୁ ନିଜ କମାଣ୍ଡିଂ ଅଫିସର ଅନୁମତି ନେବାକୁ ଉଚ୍ଚ ନ୍ୟାୟାଳୟ ନିଜ ଆଦେଶରେ କହିଛନ୍ତି । ୨୬ ବର୍ଷ ବୟସ୍କା ମହିଳା ଫ୍ଲାଇଂ ଅଫିସର ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଗତ ଦୁଇବର୍ଷ ଧରି ୱିଙ୍ଗ କମାଣ୍ଡର ତାଙ୍କୁ ଯୋ÷ନ ନିର୍ଯାତନା ଦେବା ସହିତ ମାନସିକ ଯନ୍ତ୍ରଣା ଦେଇଆସୁଛନ୍ତି । ଏକ ସୂତ୍ର ଅନୁଯାୟୀ ଭାରତୀୟ ବାୟୁସେନା ଏହି ମାମଲାରେ ଆଭ୍ୟନ୍ତରୀଣ ତଦନ୍ତାଦେଶ ଦେଇଛି ।