ଥିରୁଅନନ୍ତପୁରମ: ଭାରତରେ ଦ୍ଵିତୀୟ ଏମ୍ପକ୍ସ ମାମଲା ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏନେଇ କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି। ୩୮ ବର୍ଷୀୟ ଏହି ଆକ୍ରାନ୍ତ ଜଣକ କେରଳର ମାଲାପୁରମ ବାସିନ୍ଦା ହୋଇଥିବା ବେଳେ ନିକଟରେ ସେ ୟୁଏଇରୁ ଫେରିଥିଲେ। ତେବେ ତାଙ୍କଠାରେ ଏମ୍ପକ୍ସର ଲକ୍ଷଣ ଦେଖାଦେବାପରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରି ଚିକିତ୍ସା କରାଯିବା ସହ ସଙ୍ଗରୋଧରେ ରଖାଯାଇଥିଲା। ତାଙ୍କ ନମୁନା ପରୀକ୍ଷା କରାଯିବାପରେ ସେ ଏମ୍ପକ୍ସରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଏମ୍ପକ୍ସ ଲକ୍ଷଣ ଦେଖାଦେଲେ ତୁରନ୍ତ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରିବା ସହ ଚିକିତ୍ସାରେ ରହିବାପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ଅନୁରୋଧ କରିଛନ୍ତି। ସମସ୍ତ ମେଡିକାଲ କଲେଜରେ ଚିକିତ୍ସା ସୁବିଧା କରାଯାଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଏକ ପୋଷ୍ଟ୍ ମାଧ୍ୟମରେ କହିଛନ୍ତି।
ପ୍ରକାଶଥାଉ କି, ଗତ ସପ୍ତାହରେ ଦେଶରେ ପ୍ରଥମ ଏମ୍ପକ୍ସ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିଲେ।