ଭୁବନେଶ୍ୱର: ଶନିବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ସମ୍ମିଳନୀର ଦ୍ବିତୀୟ ଦିନ ହୋଇଥିବା ବେଳେ ଏହି ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଅଧିକାରୀ ମାନଙ୍କୁ ଉଦବୋଧିତ କରିଛନ୍ତି। ଏହି ବୈଠକରେ ଉପସ୍ଥିତ ଆରକ୍ଷୀ ଅଧୀକ୍ଷକଙ୍କୁ ସମ୍ବୋଧନ ମାଧ୍ୟମରେ ଖୁବ୍ଶୀଘ୍ର ୨୨୯୮ ହୋମଗାର୍ଡ ପୁନଃନିଯୁକ୍ତି ହେବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପରିପ୍ରେକ୍ଷୀରେ ଫିଲ୍ଡ ଡ୍ୟୁଟି ପାଇଁ ଗୋଟିଏ ମଟର ସାଇକେଲ ଥିବା ବେଳେ ଖୁବଶୀଘ୍ର ସମସ୍ତ ଥାନାରେ ଦୁଇଚକିଆ ଓ ଚାରି ଚକିଆ ଗାଡ଼ିର ସଂଖ୍ୟା ବୃଦ୍ଧି କରାଯିବ ନେଇ ସୂଚନା ଦେଇଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ପୋଲିସ ଅଧିକାରୀ ମାନଙ୍କ ମନୋବଳ ବଢ଼ାଇବାକୁ ପ୍ରତି ଥାନାରେ ଏସଆଇ, ଏଏସଆଇ ଓ ଆଇଆଇସି ଙ୍କ ନାଁରେ ଯଥାଶୀଘ୍ର ବାଇକ ପ୍ରଦାନ କରାଯିବ।’