ଶନିବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ସମ୍ମିଳନୀର ଦ୍ବିତୀୟ ଦିନ ହୋଇଥିବା ବେଳେ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ବୋଧନ ଦେଇଛନ୍ତି। ଏହି ବୈଠକରେ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଥିଲେ “ଓଡିଶା ପୋଲିସ ଶୃଙ୍ଖଳିତ। ପ୍ରତ୍ୟେକ କ୍ଷେତ୍ରରେ ଯେମିତି ଅବହେଳା ଥାଏ, ସେମିତି ପୋଲିସ ବିଭାଗର ମଧ୍ୟ କିଛି ବ୍ୟତିକ୍ରମ ଥାଇ ପାରେ।”
ଏହି ବୈଠକରେ ଓଡିଶା ପୋଲିସର ନିଷ୍ଠା ଓ ପରିଶ୍ରମ ଯୋଗୁଁ ଓଡିଶା ଶାନ୍ତିପ୍ରିୟ ରାଜ୍ୟର ମାନ୍ୟତା ପାଇଥିବା କହିଥିଲେ ମୁଖ୍ୟମନ୍ତ୍ରୀ। ଏହାସହିତ ରାଜ୍ୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣ ସରକାରଙ୍କ ପ୍ରାଥମିକତା ହୋଇଥିବା ବେଳେ ରଥଯାତ୍ରା, ବାହୁଡା଼, ସୁନାବେଶ, ଆଦି ପୋଲିସର ତତ୍ପରତା ଓ ଶୃଙ୍ଖଳିତ ବ୍ୟବସ୍ଥା ଯୋଗୁଁ ସୁରୁଖୁରୁରେ ସମ୍ଭବ ହୋଇପାରିଥିବା କହିଥିଲେ। ତେବେ ରାଜ୍ୟବାସୀଙ୍କ ଆଶା ଅନୁସାରେ ଆସନ୍ତା ୫ ବର୍ଷ ମଧ୍ୟରେ ଓଡିଶା ଏକ ବିକଶିତ ରାଜ୍ୟରେ ପରିଣତ ହେବ। ଏହି ଲକ୍ଷପୂରଣ କରିବା ପାଇଁ ଓଡିଶା ପୋଲିସର ଅବଦାନ ଗୁରୁତ୍ୱପୂର୍ଣ୍ଣ। ତେଣୁ ଅଭିଯୁକ୍ତ ବିରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ୍ୟାୟ ଦେବାର ପ୍ରକ୍ରିୟା ତୁରନ୍ତ କରାଯିବ ବିକଶିତ ଓଡ଼ିଶାରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।