ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଲଘୁଚାପ। ଫଳରେ ୧ରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ତେବେ ୧୦ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ ।
ବିଶେଷ କରି ମୟୁରଭଞ୍ଜ ,କେଉଁଝର , ଗଞ୍ଜାମ, ଗଜପତି,ମାଲକାନଗିରି,କୋରାପୁଟ,ରାୟଗଡା ,ନବରଙ୍ଗପୁର,କଳାହାଣ୍ଡି ,କନ୍ଧମାଳ ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଅପରପକ୍ଷରେ ରାଜ୍ୟର ଅନେକ ସ୍ଥାନରେ ଟାଇଁ ଟାଇଁ ଖରା ହେଉଛି । ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି ।