ନୂଆଦିଲ୍ଲୀ: ପୂର୍ବତନ ନିର୍ବାଚନ ରଣନୀତିଜ୍ଞ ତଥା ବିଶ୍ଳେଷକ ପ୍ରଶାନ୍ତ କିଶୋର ଆନୁଷ୍ଠାନିକ ଭାବେ ରାଜନୀତିରେ ପ୍ରବେଶ କରିଛନ୍ତି। ଦୀର୍ଘ ଦିନର ବିଚାର ବିମର୍ଷ ପରେ ବୁଧବାର ତାଙ୍କ ‘ଜନ ସୁରଜ ପାର୍ଟିକୁ ଏକ ରାଜନୈତିକ ଦଳ ଭାବରେ ଆନୁଷ୍ଠାନିକ ଭାବେ ଆରମ୍ଭ କରିଛନ୍ତି। ଆସନ୍ତା ବିଧାନସଭା ନିର୍ବାଚନରେ ଜନ ସୁରଜ ପାର୍ଟି ବିହାରର ସମସ୍ତ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଆଶା କରାଯାଉଛି। ତେବେ ଏହା ପୂର୍ବରୁ ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ଉପ-ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିବ ଜନ ସୁରଜ ପାର୍ଟି। ଏନେଇ ପ୍ରଶାନ୍ତ କିଶୋର ସୂଚନା ଦେଇଛନ୍ତି।
ଏ ନେଇ ବୁଧବାର ପାଟଣାସ୍ଥିତ ପ୍ରାଣୀ ମହାବିଦ୍ୟାଳୟ ପଡ଼ିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବହୁ ଜଣାଶୁଣା ବ୍ୟକ୍ତିତ୍ଵଙ୍କ ଉପସ୍ଥିତିରେ ପ୍ରଶାନ୍ତ ଦଳର ଶୁଭାରମ୍ଭ କରିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରସାଦ ଯାଦବ, ରାଜନେତା ପବନ ବର୍ମା ଏବଂ ପୂର୍ବତନ ସାଂସଦ ମୋନାଜିର ହସନ ଉପସ୍ଥିତ ଥିଲେ।
ନୂଆ ଦଳ ନାଁ ଘୋଷଣା କରିବା ଅବସରରେ ପ୍ରଶାନ୍ତ କହିଥିଲେ, “ଗତ ୨/୩ ବର୍ଷ ହେବ ଦଳର ପ୍ରଚାର ଅଭିଯାନ ଚାଲିଆସୁଥିବା ବେଳେ ଦଳର ସକ୍ରିୟତା ନେଇ ସମସ୍ତେ ଆଲୋଚନା କରୁଥିଲେ। ତେବେ ସେ ଦିନ ଆସି ଯାଇଛି। ଆନୁଷ୍ଠାନିକ ଭାବେ ନିର୍ବାଚନ ଆୟୋଗ ଜନ ସୁରଜ ପାର୍ଟିକୁ ଅନୁମୋଦନ ଦେଇଛନ୍ତି।”
ପ୍ରଶାନ୍ତଙ୍କ ‘ଜନ ସୁରଜ ପାର୍ଟି’ ଲୋକମାନଙ୍କୁ ଏକ ନୂତନ ବିକଳ୍ପ ପ୍ରଦାନ କରିବେ ବୋଲି ସେ ଦାବି କରି ଏହି ପରିପ୍ରେକ୍ଷୀରେ ସେ କହିଥିଲେ, “ବିହାରରେ ଗତ ୨୫ ରୁ ୩୦ ବର୍ଷ ମଧ୍ୟରେ ଲୋକମାନେ ଆରଜେଡି କିମ୍ବା ଭାଜପା ପାଇଁ ଭୋଟ୍ ଦେଇଛନ୍ତି। ସେହି ବାଧ୍ୟତାମୂଳକ କାର୍ଯ୍ୟ ଶେଷ ହେବା ଉଚିତ୍। ବିକଳ୍ପ କୌଣସି ରାଜବଂଶର ନୁହେଁ, ବରଂ ଦଳ ଗଠନ କରିବାକୁ ଚାହୁଁଥିବା ଲୋକଙ୍କର।”
ଜନ ସୁରାଜ ପାର୍ଟି ଆରଏସଏସ ଓ ସଂଖ୍ୟାଲଘୁଙ୍କ ମିଶ୍ରଣ ବୋଲି କହିଛନ୍ତି ପ୍ରଶାନ୍ତ। ଏହାସହ ରାଜ୍ୟରେ ତାଙ୍କ ଦଳ ସରକାର ଗଠନ କଲେ ଏକ ଘଣ୍ଟା ମଧ୍ୟରେ ମଦ ନିଷେଧର ନୀତିକୁ ଉପାଡ଼ି ଫିଙ୍ଗିବା ସହ ଏହି ଟଙ୍କାର ବ୍ୟବହାର ବିହାରରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ କହିଛନ୍ତି । ବିହାରରେ ବିଶ୍ୱସ୍ତରୀୟ ଶିକ୍ଷା ବ୍ୟବସ୍ଥା ପାଇଁ ୧୦ବର୍ଷରେ ୫ଲକ୍ଷ କୋଟି ଟଙ୍କା ଆବଶ୍ୟକ ଥିବା ବେଳେ ମଦ ନିଷେଧ ନୀତି ହଟାଇ ନୂତନ ଶିକ୍ଷା ବ୍ୟବସ୍ଥା କରିବା ଲାଗି କରାଯିବ ବୋଲି କହିଛନ୍ତି ପ୍ରକାଶ ।