ନୂଆଦିଲ୍ଲୀ: ମିଥ୍ୟା ମାମଲାକୁ ରଫାଦଫା କରିବା ପାଇଁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସିବିଆଇ ଏନ୍ଆଇଏ ଡ଼େପୁଟି ସୁପରିଟେଣ୍ଡଣ୍ଟେ (ଏସ୍ପି) ଏବଂ ଦୁଇ ମଧ୍ୟସ୍ଥିଙ୍କୁ ଗିରଫ କରିଛି ।
ସିବିଆଇ ଅଧିକାରୀଙ୍କ କହିବାନୁଯାୟୀ, ରମାୟା କନ୍ଷ୍ଟ୍ରକସନର ମାଲିକ ରକି ଯାଦବଙ୍କ ଠାରୁ ଡେପୁଟି ଏସ୍ପି ଅଜୟ ପ୍ରତାପ ସିଂହ ଟଙ୍କା ନେବା ସହ ତାଙ୍କ ପରିବାରକୁ ବେଆଇନ ଅସ୍ତ୍ରଶସ୍ତ୍ର ରଖିବାର ମିଥ୍ୟା ମାମଲାରେ ଫସାଇ ଦେବାକୁ ଧମକ ଦେଇଥିଲା । ଏହାସହ ସେପ୍ଟେମ୍ବର ୧୯ ତାରିଖରେ ଏନ୍ଆଇ ଦଳ ଯାଦବଙ୍କ ଘରେ ଯାଞ୍ଚ କରିବା ସହ ସେପ୍ଟେମ୍ବର ୨୬ରେ ତାଙ୍କୁ ହାଜର ହେବାକୁ କହିଥିଲେ । ଆୟକର ବିଭାଗରୁ ଡ଼େପୁଟେସନରେ ଏନ୍ଆଇଏରେ ଆସିଥିବା ଶ୍ରୀ ସିଂହ ୨.୫ କୋଟି ଟଙ୍କା ଲାଞ୍ଚ ମାଗିଥିଲେ । ଯାଦବ ତାଙ୍କ ପରିବାରଙ୍କୁ ମିଥ୍ୟା ମାମଲାରେ ରକ୍ଷା କରିବା ପାଇଁ ଟଙ୍କା ଦେବାକୁ ରାଜି ହୋଇଯାଇଥିଲେ । ଅଭିଯୁକ୍ତ ଅଜୟ ପ୍ରତାପ ଅଭିଯୋଗକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ସେପ୍ଟେମ୍ବର ୨୬ ତାରିଖରେ ୨୫ ଲକ୍ଷ ଟଙ୍କା ଦେବାକୁ କହିବା ସହ ତାଙ୍କ ମଧ୍ୟସ୍ଥିଙ୍କ ଟେଲିଫୋନ ନମ୍ବର ଥିବା ଏକ ହାତଲେଖା ଚିଠା ଦେଇଥିଲେ । ପରବର୍ତ୍ତୀ ସମୟରେ ଅଭିଯୋଗକାରୀ ୨୫ ଲକ୍ଷ ଯୋଗାଡ଼ କରି ବିହାରର ଔରାଙ୍ଗବାଦରେ ଥିବା ମଧ୍ୟସ୍ଥିଙ୍କୁ ଟଙ୍କା ପ୍ରଦାନ କରିଥିଲେ । ପୁଣି ଥିରେ ଶ୍ରୀ ସିଂହ ଯାଦବଙ୍କୁ ଅକ୍ଟୋବର ୧ରେ ଡ଼କାଇ ୭୦ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ଦାବି କରିଥିଲେ । ଏପରିକି ଅକ୍ଟୋବର ୩ରେ ଗୟାରେ ଟଙ୍କା ଦେବାକୁ ମୋବାଇଲ ମାଧ୍ୟମରେ ମେସେଜ କରିଥିଲେ । ଏ ସମ୍ପର୍କରେ ସୂଚନା ମିଳିବା ପରେ ସିବିଆଇ ପୂରା ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତ ଅଜୟକୁ ଧରିବା ପାଇଁ ଜାଲ ବିଛାଇ ଥିଲା । ଅଭିଯୁକ୍ତ ଟଙ୍କା ନେବା ବେଳେ ପୂର୍ବରୁ ପ୍ରସ୍ତୁତ ଥିôବା ସିବିଆଇ ଟିମ୍ ଶ୍ରୀ ସିଂହକୁ କାବୁ କରିଥିଲା ।