ଚେନ୍ନାଇ: ରବିବାର ଏଆରଫୋର୍ସ ପକ୍ଷରୁ ଚେନ୍ନାଇର ମରିନା ବିଚ୍ରେ ହୋଇଥିବା ଏୟାର ଶୋ’ରେ ଅଘଟଣ ଘଟିଛି। ଏହି ଶୋ’ ଦେଖିବା ପାଇଁ ବିଚ୍ରେ ବହୁ ସଂଖ୍ୟକ ଦର୍ଶକଙ୍କ ସମାଗମ ହୋଇଥିଲା। ତେବେ ସକାଳୁ ଗୁଳୁଗୁଳି ଗରମ ଯୋଗୁଁ ୫ ଦର୍ଶକଙ୍କ ପ୍ରାଣହାନୀ ଘଟିବା ସହିତ ପ୍ରାୟ ୧୦୦ରୁ ଅଧିକ ଦର୍ଶକ ଅସୁସ୍ଥ ହୋଇପଡ଼ିଛନ୍ତି। ଏପରି ହେବାର କାରଣ ପ୍ରବଳ ଜନଗହଳି ସହିତ ଶରୀରରେ ଜଳୀୟ ଅଂଶ ହ୍ରାସ ହୋଇଥିବା ସୂଚନା ମିଳିଛି । ତେବେ ଅସୁସ୍ଥ ଦର୍ଶକ ମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ ଯେ, ରବିବାର ଚେନ୍ନାଇସ୍ଥିତ ମରିନା ବିଚରେ ଏୟାର ଶୋ’ ହେବାର ଥିଲା। ଏହି ଶୋ ଦେଖିବା ପାଇଁ ସକାଳ ପ୍ରାୟ ୮ଟାରୁ ଦର୍ଶକଙ୍କ ଭିଡ଼ ଜମିଥିଲା। ଏହି ଏୟାର ଶୋ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇ ୧ଟା ପର୍ଯ୍ୟନ୍ତ ଚାଲିଥିଲା। ତେବେ ଶୋ’ ଦେଖିବାକୁ ୧୫ ଲକ୍ଷରୁ ଅଧିକ ଲୋକଙ୍କ ଭିଡ଼ ଜମିଥିବା ବେଳେ ପ୍ରବଳ ଗରମ ଗୁଳୁଗୁଳି ସହିତ ଗହଳି ଯୋଗୁଁ ଦର୍ଶକମାନେ ଅସୁସ୍ଥ ହୋଇପଡ଼ିଥିଲେ। ତେବେ ଘଟଣା ପରେ ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।