ନୂଆଦିଲ୍ଲୀ: ସୋମବାର ହମାସ୍ ଉପରେ ଇସ୍ରାଏଲ୍ର ଆକ୍ରମଣକୁ ବର୍ଷେ ପୂରଣ ହୋଇଛି। ୨୦୧୩ ମସିହା ଅକ୍ଟୋବର ୭ ତାରିଖରେ ଇସ୍ରାଏଲ୍ ସେନା ପକ୍ଷରୁ ପ୍ରଥମ ଥର ପାଇଁ ଲେବାନନର ହେଜବୋଲ୍ଲା ଉପରେ ଆକ୍ରମଣ ହୋଇଥିଲା। ତେବେ ଏହି ପରିପ୍ରେକ୍ଷୀରେ ହେଜ୍ବୁଲ୍ହା ଉପରେ ବୋମା ମାଡ଼ କରି ଇସ୍ରାଏଲ୍ ଇତିହାସ ରଚିଥିବା ତଥା ହମାସର ସାମରିକ ବାହିନୀ ଉପରେ ବିଜୟ ପ୍ରାପ୍ତି କରିଥିବା ଘୋଷଣା କରିଛନ୍ତି ଇସ୍ରାଏଲର ସେନାମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ହେର୍ଜି ହାଲେଭି।
ସୂଚନାଯୋଗ୍ୟ ଯେ, ୨୦୨୩ ମସିହା ଅକ୍ଟୋବର ୭ ତାରିଖରେ ଆରମ୍ଭ ହୋଇଥିବା ଏହି ଆକ୍ରମଣ ପ୍ରତିଆକ୍ରମଣକୁ ୧ ବର୍ଷ ପୁରୀ ଯାଇଥିବା ବେଳେ ପରିସ୍ଥିତି ଏପର୍ଯ୍ୟନ୍ତ ନିୟନ୍ତ୍ରଣକୁ ଆସି ପାରିନାହିଁ। ପ୍ରଥମେ ହମାସ୍ ଇସ୍ରାଏଲ୍ ଉପରେ ଆକ୍ରମଣ କରି ହଜାର ହଜାର ଲୋକଙ୍କ ଜୀବନ ନେବା ପରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଯୁଦ୍ଧ ଘୋଷଣା କରିଥିଲେ। ସେବେଠାରୁ ୨ ଦେଶ ମଧ୍ୟରେ ଯୁଦ୍ଧ ଲାଗିରହିଥିବା ବେଳେ ବେରୁଟର ଦକ୍ଷିଣ ଭାଗରେ ଆକ୍ରମଣ କରିବା ସହିତ ହେଜବୋଲ୍ଲାକୁ ନିଶ୍ଚିହ୍ନ କରିବାରେ ଲାଗିଛି ଇସ୍ରାଏଲ। ଲେବାନନରେ ଇରାନ ସମର୍ଥିତ ଆତଙ୍କୀ ସଂଗଠନର ମୂଳପୋଛ କରିବା ପାଇଁ ଇସ୍ରାଏଲ ସେନା ପକ୍ଷରୁ ବୋମାମାଡ଼ ଜାରି ରହିଥିବା ବେଳେ ରବିବାର ଦକ୍ଷିଣ ବେରୁଟରେ ଥିବା ୨୦ରୁ ଅଧିକ ଆତଙ୍କବାଦୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ କରିଛି ଆଇଡିଏଫ । ଏହା ସହିତ ଗାଜାଷ୍ଟ୍ରିପରେ ଥିବା ଏକ ମସଜିଦ ଓ ପାଲେଷ୍ଟାଇନ ଶରଣାର୍ଥୀ ଶିବିର ଉପରେ ମଧ୍ୟ ଆକ୍ରମଣ ଯାହା ଫଳରେ ୨୬ଜଣଙ୍କ ମୃତ୍ୟୁ ସମେତ ୯୩ଜଣ ଆହତ ହୋଇଛନ୍ତି। ଇସ୍ରାଏଲ ପ୍ରତିଶୋଧ ପରାୟଣ ହୋଇ ପଡିଥିବା ବେଳେ ଗାଜା ଭଳି ଲେବାନନରେ ପ୍ରତିଦିନ ଦିନ ହଜାର ହଜାର ନାଗରିକ ବିସ୍ଥାପିତ ହେବା ସହିତ ଶତାଧିକ ଅଟ୍ଟାଳିକା ମାଟିରେ ମିଶିବାରେ ଲାଗିଛି ।