ନୂଆଦିଲ୍ଲୀ: ରବିବାର କଂଗ୍ରେସ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ମୁସଲମାନ ମାନଙ୍କୁ ସତର୍କବାଣୀ ଦେଇଛନ୍ତି। କଂଗ୍ରେସ ସେମାନଙ୍କୁ ନିଜର ଭୋଟ ବ୍ୟାଙ୍କ ଭଳି ବ୍ୟବହାର କରୁଥିବା କହି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ସର୍ବଦା ବିଭାଜନ ଏବଂ ଶାସନ ନୀତି ଉପରେ ଗୁରୁତ୍ୱ ଦେଇଥାଏ ବୋଲି କହିବା ସହିତ ହିନ୍ଦୁ ଏବଂ ମୁସଲମାନମାନେ କଂଗ୍ରେସର ଭୋଟ ବ୍ୟାଙ୍କ କିମ୍ବା କଠପୁତଲୀ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି। ଏକ ଅନ୍ତର୍ଜାତୀୟ ସ୍ତରର ଖବର ସରବରାହ ସଂସ୍ଥା ଆଇଏଏନଏସକୁ ସାକ୍ଷାତକାର ଦେବା ସମୟରେ କିରଣ ରିଜ୍ଜୁ ଏପରି କହିଛନ୍ତି।
ଏହାସହିତ ଆଇଏଏନଏସକୁ ସାକ୍ଷାତକାର ଦେବା ସମୟରେ କିରଣ ରିଜ୍ଜୁ ବିଜେପି ସମ୍ବିଧାନକୁ ବଦଳାଇବା ଲାଗି ଷଡ଼ଯନ୍ତ୍ର କରୁଛି ବୋଲି କଂଗ୍ରେସ ମିଥ୍ୟା ଅଭିଯୋଗ ଆଣି ଜନସାଧାରଣଙ୍କୁ ପଥଭ୍ରଷ୍ଟ କରୁଛି ବୋଲି ଅଭିଯୋଗ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବିଧାନର ପ୍ରକୃତ ରକ୍ଷକ ଏବଂ ସମସ୍ତ ନାଗରିକଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ଲାଗି ପ୍ରତିଜ୍ଞାବଦ୍ଧ ବୋଲି କହିଛନ୍ତି ରିଜ୍ଜୁ । ତେବେ ମୋଦୀଙ୍କ ବିକାଶମୂଳକ କାର୍ଯ୍ୟକଳାପ ଦେଖି କଂଗ୍ରେସ ଭୟଭୀତ ହୋଇପଡ଼ିଛି ବୋଲି ସେ କହିଛନ୍ତି।