୨୦୨୪ ବର୍ଷ ପାଇଁ ମେଡିସିନରେ ସମ୍ମାନଜନକ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଏହି ପୁରସ୍କାର ପାଇବା ପାଇଁ ଭିକ୍ଟର ଆମ୍ବ୍ରୋସ୍ ଏବଂ ଗ୍ୟାରୀ ରୁଭ୍କୁନ ମନୋନୀତ ହୋଇଛନ୍ତି । ଚଳିତବର୍ଷ ଫିଜିଓଲୋଜି ଓ ମେଡିସିନରେ ଏହି ଦୁଇଜଣଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ମାଇକ୍ରୋଆରଏନଏ ଏବଂ ଟ୍ରାନ୍ସକ୍ରିପସନ୍ ଜିନ୍ ନିୟନ୍ତ୍ରଣ କ୍ଷେତ୍ରରେ ସେମାନଙ୍କ ଅତୁଳନୀୟ ଅବଦାନ ପାଇଁ ନୋବେଲ ପୁରସ୍କାର ପାଇବେ। ଏହି ଦୁଇ ବୈଜ୍ଞାନିକ ମାଇକ୍ରୋ ଆରଏନଏ ଆବିଷ୍କାର କରିବା ସହିତ ଓ ଏହାର ଭୂମିକା ଉପରେ ଗବେଷଣା କରୁଥିଲେ ।