ସରଦେଇପୁର: ବିଜେପି କୃଷକ ମୋର୍ଚ୍ଚା ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ଭୂବନେଶ୍ବର ବ୍ଲକ୍ ଅନ୍ତର୍ଗତ ସରଦେଇପୁର ଉତ୍ତରାଛକ ଠାରେ ବୁଧବାର ସଦସ୍ୟତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ସଦସ୍ୟତା ଅଭିଯାନ ରେ ଓଡିଶା ସରକାରଙ୍କ ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସେ ତାଙ୍କର ଅଭିଭାଷଣରେ କହିଥିଲେ ‘ଓଡିଶାରେ ଆସନ୍ତା ଖରିଫ୍ ଧାନ କିଣା କାରବାର ରେ ସୂଛତା ଅବଲମ୍ବନ କରାଯିବ। ଯେଉଁ ମାନେ ଏହି ଧାନ କିଣା କାରବାରରେ କଟନୀଛଟନୀ କରିବେ କିମ୍ବା ଅସାଧୁ ଉପାୟ ଅବଲମ୍ବନ କରିବେ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ।’ ଏହି ଅବସରରେ ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ଓ ଭାରତ କୁ ପରମ ବୌଭବ ରାଷ୍ଟ୍ରରେ ପରିଣତ କରିବା ପାଇଁ ବିଜେପିର ସଦସ୍ୟତା ଅଭିଯାନରେ ସାମିଲ ହେବା ପାଇଁ ଆହ୍ବାନ ଦେଇଥିଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ ଘରକୁ ଘର ଯାଇ ବିଜେପି ସଦସ୍ୟତା ଅଭିଯାନ ଆରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ୪୫୬ ଜଣ ମହିଳା ଓ ପୁରୁଷ ବିଜେପି ସଦସ୍ୟ ହେଇଥିଲେ।
କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, ରାଜ୍ୟ ସଂପାଦକ ପ୍ରଶାନ୍ତ କୁମାର ସ୍ଵାଇଁ ଓ ବିକ୍ରମ କେଶରୀ ରାଉତରାୟ, ରାଜ୍ୟ ସଂଯୋଜକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ , ଜିଲ୍ଳା କାର୍ଯ୍ୟକାରୀ ସଭାପତି ପ୍ରଭାତ କୁମାର ସ୍ୱାଇଁ , ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ବସନ୍ତ କୁମାର ନାୟକ, ନିରଞ୍ଜନ ସାମଲ, ନାରାୟଣ ଖୁଣ୍ଟିଆ, ଅଶୋକ କୁମାର ପ୍ରଧାନ, ବିଜୟ କୁମାର ମହାରଣା, ନାରାୟଣ ପ୍ରଧାନ, ବଲରାମ ବେହେରା, ସୁବାଶିସ ମୁଖି, ବିଶୂରଂଜନ ଜେନା ଶ୍ରୀମତୀ ରଶ୍ମି ବେହେରା ଙ୍କ ସମେତ ଶତାଧିକ କାର୍ଯ୍ୟକତା ଯୋଗଦାନ କରିଥିଲେ।