ଜେରୁସେଲମ୍: ଦିନକୁ ଦିନ ଇସ୍ରାଏଲ-ଇରାନ ଯୁଦ୍ଧ ବଢିଚାଲିଥିବା ବେଳେ ମଧ୍ୟପ୍ରାଚ୍ୟର ସ୍ଥିତି ସଂଗୀନ ହେବାରେ ଲାଗିଛି। ଗୁରୁବାର ଲେବାନନ ଉପରେ ଇସ୍ରାଏଲ ପକ୍ଷରୁ ଘନଘନ ରକେଟ୍ ମାଡ଼ କରାଯାଇଥିବା ସୂଚନା ମିଳିଛି। ବେରୁଟସ୍ଥିତ ଏକ ଜନବସତି କୋଠା ଉପରେ ଏହି ରକେଟ ମାଡ଼ ଯୋଗୁଁ ୨୨ ଜଣଙ୍କ ମୃତ୍ୟୁ ସମେତ ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି। ହେଜବୋଲ୍ଲା ଆତଙ୍କବାଦୀ ଲୁଚିଥିବା ଆଶଙ୍କାରେ ଇସ୍ରାଏଲ ପକ୍ଷରୁ ୨ଟି କୋଠା ଉପରେ ଏହି ଏୟାରଷ୍ଟ୍ରାଇକ୍ ହୋଇଛି।
ଆକ୍ରମଣ ପରେ ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, “ଗୁରୁବାର ରାତିରେ ଲେବାନାନର ରାଜଧାନୀ ଉପରେ ଇସ୍ରାଏଲର ଆକ୍ରମଣରେ ଅତି କମରେ ୨୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧୭ ଜଣ ଆହତ ହୋଇଛନ୍ତି।”
ସୂଚନାଯୋଗ୍ୟ ଯେ, ଗୁରୁବାର ହୋଇଥିବା ଇସ୍ରାଏଲ ପକ୍ଷରୁ ହୋଇଥିବା ଏହି ଆକ୍ରମଣରେ ସହରର ଦକ୍ଷିଣ ଉପକଣ୍ଠରେ କେନ୍ଦ୍ରୀୟ ବେରୁଟର କିଛି ଅଂଶକୁ ଟାର୍ଗେଟ କରାଯାଇଛି। ଉପର ବସ୍ତା ପଡ଼ିଆରେ ବାସିନ୍ଦା ଏବଂ ସମ୍ପ୍ରତି ବିସ୍ଥାପିତ ଲୋକ ଏକାଠି ହୋଇଥିବାବେଳେ ଏକ ବହୁ ମହଲାବିଶିଷ୍ଟ କୋଠା ଉପରେ ଏହି ଏଆରଷ୍ଟ୍ରାଇକ ହୋଇଥିଲା। ଏହା ଫଳରେ ୨୨ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିଲେ ।