କେନ୍ଦ୍ର ସରକାରଙ୍କ ପକ୍ଷରୁ ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ତୁହିନକାନ୍ତ ପାଣ୍ଡେଙ୍କୁ କେନ୍ଦ୍ର ଅର୍ଥ ସଚିବ ଭାବେ ନିଯୁକ୍ତି ମିଳିଛି। କେନ୍ଦ୍ର ଅର୍ଥ ସଚିବ ଭାବେ ଟିଭି ସୋମନାଥନଙ୍କ ସ୍ଥାନରେ ପାଣ୍ଡେଙ୍କୁ ନିଯୁକ୍ତ କରାଯାଇଛି। କ୍ୟାବିନେଟ୍ ଆପଏଣ୍ଟମେଣ୍ଟସ୍ କମିଟି ପକ୍ଷରୁ ଏହି ନିଯୁକ୍ତିକୁ ଅନୁମୋଦନ କରାଯାଇଥିଲା ।
ପ୍ରକାଶ ଥାଉକି, ୧୯୮୭ ବ୍ୟାଚ୍ ର ଓଡ଼ିଶା କ୍ୟାଡର୍ IAS ଅଫିସର୍ ତୁହିନକାନ୍ତ ପାଣ୍ଡେ ୨୦୧୯ ଅକ୍ଟୋବରରୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଇନଭେଷ୍ଟମେଣ୍ଟ ଆଣ୍ଡ୍ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗ (DIPAM) ସଚିବ ଥିଲେ। ଏହି କେନ୍ଦ୍ରୀୟ ଡେପୁଟେସନ୍ ପୂର୍ବରୁ ସେ ଓଡ଼ିଶା ସରକାରଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ବ ତୁଲାଇଥିଲେ। ଏହା ପୂର୍ବରୁ ମଧ୍ୟ ସେ ଓଡ଼ିଶା ଷ୍ଟେଟ୍ ଫାଇନାନ୍ସ କର୍ପୋରେସନ(OSFC)ର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ (OSIC)ର ଏମ୍ ଡ଼ି ସମେତ ସମ୍ବଲପୁରର ଜିଲ୍ଲାପାଳ ମଧ୍ୟ ଥିଲେ। ଏଥିସହିତ ଜାତୀୟ ପ୍ଲାନିଂ କମିଶନର ଯୁଗ୍ମ ସଚିବ ଭାବେ ମଧ୍ୟ ତୁହିନକାନ୍ତ ଦାୟିତ୍ବ ତୁଲାଇଛନ୍ତି।