ଚଣ୍ଡିଗଡ଼ : ନିକଟରେ ହରିୟାଣାରେ ସମସ୍ତ ଏକଜିଟ ପୋଲକୁ ଭୁଲ୍ ପ୍ରମାଣିତ କରି ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବେଳେ ସମୁଦାୟ ୯୦ଟି ଆସନ ମଧ୍ୟରୁ ବିଜେପି ୪୮ଟିରେ ବିଜୟ ଲାଭ କରି ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । ତେବେ ଗୁରୁବାର ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ନାୟବ ସିଂହ ଶଇନି ଶପଥ ଗ୍ରହଣ କରିବେ । ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବିଜେପିର ସମସ୍ତ ବଡ ପଦାଧିକାରୀ ଉପସ୍ଥିତ ରହିବା ନେଇ ସୂଚନା ମିଳିଛି । ବୁଧବାର ଅନୁଷ୍ଠିତ ଏକ ବୈଠକରେ ନାଏବ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହୋଇଥିବା ବେଳେ ଏହି ବୈଠକରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଓ ହରିୟାଣା ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ଗୁରୁବାର ହରିୟାଣା ମୁଖ୍ୟମନ୍ତ୍ରୀ ଶପଥଗ୍ରହଣ ପାଇଁ ସମୟ ଧାର୍ଯ୍ୟ ହୋଇଛି । ତେବେ ହରିୟାଣାରେ ତୃତୀୟଥର ପାଇଁ ବିଜେପି ଶାସନ ଭାର ଗ୍ରହଣ କରିବାକୁ ଯାଉଥିବା ବେଳେ ଗତ ମାର୍ଚ୍ଚ ମାସରେ ମନୋହରଲାଲ ଖଟ୍ଟରଙ୍କୁ ହଟାଇ ବିଜେପି ପକ୍ଷରୁ ନାଏବଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା।