ନୂଆଦିଲ୍ଲୀ: ଅକ୍ଟୋବର ୧୬ରେ ଆୟୋଜିତ ହୋଇଯାଇଛି ଫେମିନା ମିସ ଇଣ୍ଡିଆ ୨୦୨୪ର ଗ୍ରାଣ୍ଡ ଫିନାଲେ। ଏଥିରେ ମଧ୍ୟପ୍ରଦେଶର ନିକିତା ପୋରୱାଲ ବିଜେତା ଘୋଷିତ ହୋଇଛନ୍ତି। ଭାରତର ମୋଷ୍ଟ ଆଇକନିକ ବିୟୁଟି ପେଜେଣ୍ଟର ୬୦ ତମ ବାର୍ଷିକୀରେ ନିକିତା ପୋରୱାଲଙ୍କୁ ଏହି ଆଖ୍ୟା ମିଳିଛି।
ସୂଚନାଯୋଗ୍ୟ ଯେ, ମୁମ୍ବାଇର ୱର୍ଲିରେ ଆୟୋଜିତ ହୋଇଥିଲା ଫେମିନା ମିସ ଇଣ୍ଡିଆ ୨୦୨୪ । ଏହି କାର୍ଯ୍ୟକ୍ରମରେ ନିକିତା ପୋରୱାଲ ୱିନର ଘୋଷିତ ହୋଇଥିବା ବେଳେ କେନ୍ଦ୍ରଶାସିତ ଅଂଚଳକୁ ପ୍ରତିନିଧିତ୍ୱ କରୁଥିବା ରେଖା ପାଣ୍ଡେ ଦ୍ୱିତୀୟ ରନର୍ ଅପ ହୋଇଥିଲେ । ନିକିତା ୧୮ବର୍ଷ ବୟସରୁ ଟେଲିଭିଜନ ଆଙ୍କର୍ ଭାବରେ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ତେବେ ସେ ଆଗକୁ ‘ଚାମ୍ବଲ ପ୍ୟାର୍’ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି।