ଜାମ୍ମୁ-କାଶ୍ମୀର (): ଜାମ୍ମୁ-କାଶ୍ମୀରର ପାଖେରପୋରା ବଡ଼଼ଗାମରେ ସିଆରପିଏଫ୍ ଯବାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ କେତେକ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ଶ୍ରୀନଗର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି । ସେହି ସମାନ ସ୍ଥାନରେ ଏଭଳି ଦୁର୍ଘଟଣା ୫ ଥର ଘଟିଥିବା ଜଣାଯାଇଛି । ସୂଚନାଯୋଗ୍ୟ, ଗୁରୁବାର ସକାଳ ପାଖାପାଖି ୧୦ଟା ୩୦ରେ ସିଆରପିଏଫ ଯବାନଙ୍କୁ ନେଇ ଏକ ଭ୍ୟାନ ସେହି ରାସ୍ତାରେ ଆସୁଥିବା ସମୟରେ ହଠାତ ତାହା ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଯାଇଥିଲା । କେହି କିଛି ବୁଝିବା ଆଗରୁ ଭ୍ୟାନରେ ଥିବା ସିଆର୍ଏଫ ଯବାନମାନେ ଆହତ ହୋଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ନିକଟରେ ଥିôବା ପୋଲିସ୍କୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ôଚ ଯବାନମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ସହ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି ।