ତେଲ୍ ଅଭିଭ୍: ଶୁକ୍ରବାର ଇସ୍ରାଏଲ ସେନା ଆଇଡ଼ିଏଫ ଦ୍ୱାରା ହମାସ ମୁଖ୍ୟ ୟାହ୍ୟା ସିନୱାର ନିହତ ହୋଇଥିବା ସୂଚନା ମିଳିଥିବା ବେଳେ ଏନେଇ ସ୍ପଷ୍ଟ କରିଥିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଆଇଡ଼ିଏଫର ସୈନିକ ଗାଜା ଷ୍ଟ୍ରିପ ରାଫାରେ ସିନୱାରକୁ ନିପାତ କରିଥିବା କହିଥିଲେ ନେତାନ୍ୟାହୁ ।
ଏହି ଘଟଣା ପରେ ଚେତାବନୀ ଦେଇଛନ୍ତି ନେତାନ୍ୟାହୁ। ହମାସ ପକ୍ଷରୁ ଅସ୍ତ୍ର ତ୍ୟାଗ କରାଗଲେ ତତ୍କ୍ଷଣାତ ଯୁଦ୍ଧର ଅବସାନ ଘଟିବ ବୋଲି ଶୁକ୍ରବାର ବେଞ୍ଜାମିନ୍ ନେତାନ୍ୟାହୁ ସୂଚନା ଦେଇଛନ୍ତି। ହମାସ୍ ମୁଖ୍ୟ ୟହୟା ସିନ୍ଓ୍ବାରଙ୍କୁ ଗୁରୁବାର ଇସ୍ରାଏଲୀ ସେନା ରକେଟ ମାଡ଼ରେ ନିପାତ କରିଥିଲା। ଶୁକ୍ରବାର ସିନୱାର ନିହତ ହେବା ପରେ ଏହାର କିଛି ସମୟ ପରେ ଏକ ଭିଡିଓ ଜାରି କରି ନେତାନ୍ୟାହୁ ଗାଜାବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ‘ହମାସ୍ ଯଦି ଅସ୍ତ୍ର ତ୍ୟାଗ ସହ ପଣବନ୍ଦୀମାନଙ୍କୁ ମୁକ୍ତ କରିଦେବ, ତେବେ ଆସନ୍ତାକାଲି ଯୁଦ୍ଧ ବନ୍ଦ ହୋଇଯିବ। ସେହିପରି ପଣବନ୍ଦୀ ମାନଙ୍କୁ ମୁକ୍ତ ନ କଲେ ହମାସକୁ ଉପଯୁକ୍ତ ଉତ୍ତର ଦିଆଯିବ ।’
ପ୍ରକାଶଥାଉ କି, ୨୦୨୩ ମସିହା ଅକ୍ଟୋବର ୭ରେ ହୋଇଥିବା ହମାସ୍-ଇସ୍ରାଏଲ୍ ଆକ୍ରମଣରେ ୨୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ପଣବନ୍ଦୀ କରିଥିଲା ହମାସ। ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ମୁକ୍ତ ହୋଇସାରିଥିବାବେଳେ ୨୩ଟି ଦେଶର ଆହୁରି ୧୦୧ ଜଣ ଏବେ ମଧ୍ୟ ପଣବନ୍ଦୀ ହୋଇ ରହିଛନ୍ତି।