ନୂଆଦିଲ୍ଲୀ: ଶୁକ୍ରବାର ଇଶା ଫାଉଣ୍ଡେସନ ମାମଲାରେ ଜଡିତ ତଥା ଏହାର ପ୍ରତିଷ୍ଠାତା ସଦ୍ଗୁରୁଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ଆଶ୍ବସ୍ତି ମିଳିଛି। ଇଶା ଫାଉଣ୍ଡେସନ ବିରୋଧରେ ଦାଏର ହୋଇଥିବା ମାମଲାକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଖାରଜ କରିଦେଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ମାଡ୍ରାସ ହାଇକୋର୍ଟରେ ଇଶା ଫାଉଣ୍ଡେସନ ବିରୋଧରେ ଦାଏର କରାଯାଇଥିବା ମାମଲାକୁ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଖାରଜ କରିଦେଇଛନ୍ତି।
ପ୍ରକାଶଥାଉ କି, ତାମିଲନାଡୁର କୋଏମ୍ବାଟୁର ସହରରେ ଇଶା ଫାଉଣ୍ଡେସନର ଆଶ୍ରମ ରହିଥିବା ବେଳେ ତେବେ ଏହି ଆଶ୍ରମରେ ଦୁଇ ଜଣ ଯୁବତୀଙ୍କୁ ଜବରଦସ୍ତ ଅଟକ ରଖାଯାଇଥିବା ଅଭିଯୋଗ କରି ସେମାନଙ୍କ ପିତା ମାଡ୍ରାସ ହାଇକୋର୍ଟରେ ପିଟିସନ ଦାଏର କରିଥିଲେ। କିଛି ମାସ ତଳେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଆଶ୍ରମ ଉପରେ ଚଢଉ ସମେତ ତଦନ୍ତ କରିବାକୁ ତାମିଲନାଡୁ ପୋଲିସକୁ ନିର୍ଦେଶ ଦେଇଥିଲେ। ଏହାପରେ ସେହି ଦୁଇ ଯୁବତୀ ସ୍ବଇଚ୍ଛାରେ ଆଶ୍ରମରେ ରହୁଥିବା ଇଶା ଫାଉଣ୍ଡେସନ ପକ୍ଷରୁ ସଫେଇ ଦିଆଯିବା ସହ ଉଭୟେ ହାଇକୋର୍ଟରେ ହାଜର ହୋଇ ଜବରଦସ୍ତ ଅଟକ ଅଭିଯୋଗକୁ ଖଣ୍ଡନ କରିଥିଲେ। ଏହାପରେ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦେଶ ପ୍ରତିବାଦରେ ଇଶା ଫାଉଣ୍ଡେସନ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିସନ ମଧ୍ୟ ଦାଏର କରାଯାଇଥିଲା। ତେବେ ଏନେଇ ସୁପ୍ରିମକୋର୍ଟ ରେ ଶୁଣାଇବା ପରେ ସଦ୍ଗୁରୁଙ୍କୁ ଆଶ୍ବସ୍ତି ମିଳିଛି ।