ହାଇଫା: ଶନିବାର ଲେବାନନ ପକ୍ଷରୁ ଇସ୍ରାଏଲ ଉପରେ ଡ୍ରୋନ୍ ଆକ୍ରମଣ କରିଛି ହେଜବୋଲ୍ଲା। ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ଘରକୁ ଟାର୍ଗେଟ କରି ଏହି ଡ୍ରୋନ୍ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଶନିବାର ଇସ୍ରାଏଲର ହାଇଫା କେସରିୟା ଅଞ୍ଚଳରେ ଡ୍ରୋନ୍ ଆକ୍ରମଣ କରାଯାଇଛି। ଇସ୍ରାଏଲ୍ ଗଣମାଧ୍ୟମ ପକ୍ଷରୁ ଏହି ସୂଚନା ମିଳିଥିବା ବେଳେ ଏ ସମ୍ପର୍କରେ ଇସ୍ରାଏଲ୍ ସୁରକ୍ଷା ବାହିନୀ ସୂଚନା ଦେଇ କହିଛନ୍ତି ଯେ, ‘ଡ୍ରୋନ୍ ଟି ଏକ ଖୋଲା ଅଞ୍ଚଳରେ ପଡ଼ିଥିବା ବେଳେ ଏଥିରେ କାହାର ପ୍ରାଣହାନୀ ଘଟିନାହିଁ। ତେବେ ଦକ୍ଷିଣ ହାଇଫାର କେସରିୟାରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ବାସଭବନ ନିକଟରେ ଏହି ଡ୍ରୋନ୍ ବିସ୍ଫୋରଣ ହୋଇଛି।’