ବୌଦ୍ଧ ୧୯।୧୦: ବୌଦ୍ଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମେଳା ଆୟୋଜନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆସନ୍ତା ନଭେମ୍ବର ୧୯ ଓ ୨୦ରେ ଦୁଇଦିନ ଧରି ବୌଦ୍ଧ କଚେରୀ ଖେଳପଡିଆଠାରେ ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସଂପଦ ମେଳା ଆୟୋଜନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ମେଳାରେ ୩୦ଟି ଷ୍ଟଲ ନିର୍ମାଣ କରାଯିବାକୁ ନିଷ୍ପତି ହୋଇଥିବାବେଳେ ମତ୍ସ୍ୟ ବିଭାଗ ପକ୍ଷରୁ ୮ଟି, ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ୮ ଟି, ମିଶନ ଶକ୍ତି ୨ଟି ଏବଂ ନାବାର୍ଡ, କୃଷି ବିଭାଗ, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ବ୍ୟାଙ୍କ ଓ ଅନ୍ୟାନ୍ୟ ସହାୟକ ବିଭାଗ ଗୁଡିକ ପକ୍ଷରୁ ଗୋଟିଏ ଲେଖାଏଁ ଷ୍ଟଲ ଖୋଲାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ଯେଉଁମାନଙ୍କ ପାଇଁ ଏହି ମେଳା ଆୟୋଜିତ ଚାଷୀ ଓ ମିଶନ ଶକ୍ତିର ମହିଳାମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିବାବେଳେ ସମସ୍ତ କାର୍ଯ୍ୟକ୍ରମକୁ ସଫଳତାର ସହିତ ଆୟୋଜନ ପାଇଁ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇ ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ସେଥିରେ ସାମିଲ କରାଯିବା ଏବଂ ସ୍ୱଛତା ଅବଲମ୍ବନ କରାଯାଇ ସମସ୍ତ କାର୍ଯ୍ୟ କରିବାକୁ ଜିଲାପାଳ ଶ୍ରୀପଣ୍ଡା ପରାମର୍ଶ ଦେଇଥିଲେ। ଏହି ବୈଠକରେ ଡିଡିଏମ ନାବାର୍ଡ ସତ୍ୟସ୍ୱରୁପ ପ୍ରିଦାନ୍ତା,ଏଡିଭିଓ ନିରୋଦ କହଁର,ଏଡିଭିଓ କମଳଲୋଚନ ଦାଶ,ପ୍ରକଳ୍ପ ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ପ୍ରଦିପ୍ତ କୁମାର ମହାନ୍ତିଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।