ଭୁବନେଶ୍ୱର ୧୯। ୧୦: ବଦଳିବ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ନାଁ। ଏହା ବଦଳରେ ହେବ ବିକଶିତ ଗାଁ, ବିକାଶିତ ଓଡ଼ିଶା। ଏହି ନାଁରେ ଚାଲିବ କାର୍ଯ୍ୟକ୍ରମ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟ ନାୟକ ସୂଚନା ଦେଇ କହିଛନ୍ତି ଏ ସଂକ୍ରାନ୍ତରେ ଆସନ୍ତା ଦୁଇ ଦିନ ଭିତରେ ରାଜ୍ୟ ସରକାର ଗାଇଡ଼ଲାଇନ ଜାରି କରିବେ। ଯେଉଁଥିରେ ସରକାର ପଲ୍ଲୀସଭାକୁ ଗୁରୁତ୍ୱ ଦେବା ସହ ପଞ୍ଚାୟତ ପ୍ରତିନିଧିଙ୍କୁ କ୍ଷମତା ଦିଆଯିବ। ଲୋକଙ୍କ ପ୍ରସ୍ତାବ ଅନୁସାରେ ଗାଁର ବିକାଶ ହେବା ସହ ତାଙ୍କ ନିର୍ଦ୍ଦେଶ ଅନୁସାରେ କାମ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ପୂର୍ବରୁ ସରକାରୀ ବାବୁମାନଙ୍କ ମନ ମାନି ଚାଲିଆସୁଥିଲା ପଞ୍ଚାୟତ ପ୍ରତିନିଧିମାନଙ୍କର କୌଣସି ଗୁରୁତ୍ୱ ରହୁ ନଥିଲା। ଯାହାକୁ ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏହାକୁ ସରକାର ଗୁରୁତର ସହ ନେଇ ଏହି ଯୋଜନାର ନାଁ ବଦଳିବା ସହ ପରିବର୍ତ୍ତନ ଆଣିଛନ୍ତି।