ନୂଆଦିଲ୍ଲୀ: ବିକଶିତ ଭାରତ ଗଠନ କରିବା ପାଇଁ ନାରୀଶକ୍ତିଙ୍କ ଆଶୀର୍ବାଦ ନିତ୍ୟାନ୍ତ ଆବଶ୍ୟକ । ଶନିବାର ଏହି ପ୍ରସଙ୍ଗରେ ଆଲୋଚନା କରି ଦେଶର ନାରୀଶକ୍ତିଙ୍କୁ ପ୍ରଣିପାତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ର ଜଣେ ଆଦିବାସୀ ମହିଳାଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।
ସୂଚନାଯୋଗ୍ୟ ଯେ, ନିକଟରେ ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ ସମୟରେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ଜଣେ ଆଦିବାସୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜ୍ଞାପନ ପୂର୍ବକ ୧୦୦ ଟଙ୍କା ପ୍ରଦାନ କରିଥିଲେ। ଏନେଇ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ବିଜେପିର ଜାତୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପୋଷ୍ଟ କରିଥିଲେ । ତେବେ ଏହାକୁ ପ୍ରଧାନମନ୍ତ୍ରୀ ଶନିବାର ରି-ଟୁଇଟ୍ କରି ଲେଖିଛନ୍ତି ଯେ, ‘ନାରୀଶକ୍ତିଙ୍କ ଆଶୀର୍ବାଦ ମୋତେ ପ୍ରଭାବିତ କରିଛି । ସର୍ବଦା ଆଶୀର୍ବାଦ କରୁଥିବାରୁ ମୁଁ ସେମାନଙ୍କୁ ପ୍ରଣିପାତ କରୁଛି। ସେମାନଙ୍କ ଆଶୀର୍ବାଦ ବିକଶିତ ଭାରତ ଗଠନରେ ସହାୟକ ହେବ ।
ପ୍ରକାଶଥାଉ କି, ସାଂସଦ ବୈଜୟନ୍ତ ପଣ୍ଡା ନିଜ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଆକାଉଣ୍ଟ୍ରେ ସଭ୍ୟ ସଂଗ୍ରହ ଅଭିଯାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ୧୦୦ ଟଙ୍କା ନେବାକୁ ବାଧ୍ୟ କରିଥିବା ପୋଷ୍ଟ କରିଥିଲେ । ତେବେ ମହିଳାଙ୍କ ଫଟୋ ସହ ଘଟଣାବଳୀ ବିଷୟରେ ପୋଷ୍ଟ୍ କରି ଏହା ହିଁ ପରିବର୍ତ୍ତିତ ଓଡ଼ିଶା ଓ ଭାରତ ବୋଲି ଲେଖି ପୋଷ୍ଟ କରିଥିଲେ ।