କଟକ : ସମଗ୍ର କଟକ ଜିଲ୍ଲାରେ ଖାଦ୍ୟ ଯୋଗାଣ ଓ ଧାନ କ୍ରୟ ପ୍ରକ୍ରିୟା ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଦ୍ଵାରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଧାନ କ୍ରୟର ସହାୟକ ମୂଲ୍ୟ ବୃଦ୍ଧି ରାଜ୍ୟ ସରକାରଙ୍କ ଐତିହାସିକ ପଦକ୍ଷେପ ଭାବେ ବିବେଚିତ କରି କୃଷକ ମାନଙ୍କର ସମସ୍ତ ସୁବିଧା ନିମନ୍ତେ ଆଗାମୀ ଦିନମାନଙ୍କରେ ଧାନ ମଣ୍ଡି ଗୁଡିକର ଭିତ୍ତିଭୂମିର ଉନ୍ନତିକରଣ କରାଯିବ। ଏଥିପାଇଁ ସରକାରଙ୍କ ପକ୍ଷରୁ ୫୬୦କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ବୋଲି ସମୀକ୍ଷା ବୈଠକରେ ମନ୍ତ୍ରୀ ସୂଚନା ପ୍ରଦାନ କରିଥଲେ।
ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ବିଭାଗୀୟ ଅଧିକାରୀମାନେ ନୂତନ ବ୍ୟବସ୍ଥାରେ ମାନସିକ ସ୍ତରରେ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଥିଲେ ।
ସମୀକ୍ଷା ପୂର୍ବକ ଏହି ବୈଠକରେ, ବିଭାଗର ସ୍ୱଚ୍ଛତା ଅବଲୋମ୍ବନ ନିମନ୍ତେ ଯୋଗ୍ୟ ହିତାଧିକାରୀ ଚୟନ ପ୍ରକ୍ରିୟାକୁ ସୁଦୃଢ଼ କରାଯିବା ସହ ବଣ୍ଟନ ଓ ଧାନ କ୍ରୟ ବ୍ୟବସ୍ଥାରେ ସ୍ୱଚ୍ଛତା ଅବଲମ୍ବନ ତଥା ଆସାଧୁ ବେପାରୀଙ୍କ କବଳରୁ ଚାଷୀମାନେ ମୁକ୍ତ,ଧାନ ଉଠାଣିର ୪୮ଘଣ୍ଟା ମଧ୍ୟରେ କୃଷକ ମାନଂକ ଜମାଖାତାରେ ସିଧା ସଳଖ ଅର୍ଥ ପ୍ରଦାନ, ମଣ୍ଡିରୁ ମିଲ ପର୍ୟ୍ୟନ୍ତ ପରିବହନ ସମୟରେ
ଜି ପି ଏସ (ଏଚଝ) ବ୍ୟବସ୍ଥା କରାଯିବା ସମ୍ବନ୍ଧରେ ମନ୍ତ୍ରୀ ଆଲୋଚନା କରି ସରକାରଙ୍କ ଆଭିମମୁଖ୍ୟ ସ୍ପଷ୍ଟ କରିଥଲେ। ୪୦୦୦ ମଣ୍ଡି ମଧ୍ୟରୁ ଆବଶ୍ୟକ ହେଉଥିବା ପ୍ରାୟତଃ ୭୦୦ ପାଖାପାଖି ମଣ୍ଡି ଗୁଡ଼ିକର ସାମାନ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ନେଇ ସୂଚନା ଦେବା ସହ ଧାନ କ୍ରୟ ଓ ଧାନ ଉଠାଣ ସମୟରେ ଯେପରି କୌଣସି ଚାଷୀ ବାଦ ପଡିବେ ନାହିଁ ସେଥିପାଇଁ ସମ୍ପୃକ୍ତ ଅଧିକାରୀମାନେ ଯତ୍ନର ସହ କାର୍ୟ୍ୟ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ଆଗାମୀ ମାସଠାରୁ ଉଭୟ ଚାଉଳ ଓ ଗହମ ଏକ ସଙ୍ଗେ ମିଳିବା ସହ, ଟୋକେନ୍ ବ୍ୟବସ୍ଥା, ଦିଲର୍ ମାନଙ୍କ ସମସ୍ୟା ତଥା ଘରେ ଘରେ ବଣ୍ଟନ ବ୍ୟବସ୍ଥା,ମଣ୍ଡି ମାନଙ୍କରେ କୃଷକ ମାନଙ୍କ ପାଇଁ ପାନୀୟ ଜଳ ତଥା ସମସ୍ତ ମୌଳିକ ବ୍ୟବସ୍ଥା ଆଦିର ଆବଶ୍ୟକତାକୁ ଗୁରୁତ୍ଵ ଦେଇ ସମସ୍ତ କାର୍ୟ୍ୟ ସମାଧାନ କରାଯିବ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ।