ନୂଆ ଦିଲ୍ଲୀ: ସୁପ୍ରିମକୋର୍ଟ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା । ଗୁଜୁରାଟ ବିଶ୍ୱବିଦ୍ୟାଳୟ (ଜିୟୁ) ମାନହାନୀ ମାମଲାରେ ଚାଲିଥିବା ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିବାକୁ ମନା କରି ଦେଇଛନ୍ତି। ଏବେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନିମ୍ନ ଅଦାଲତରେ ହାଜର ହେବାକୁ ପଡ଼ିବ।
ମିଳିଥିବା ସୂଚନା ଅନୁଯାୟୀ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ସମ୍ପର୍କରେ ଗୁଜୁରାଟ ବିଶ୍ୱବିଦ୍ୟାଳୟକୁ ନେଇ ଏଏପି ନେତା ସଞ୍ଜୟ ସିଂ ଏବଂ ଅରବିନ୍ଦ କେଜରିୱାଲ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ତାଙ୍କ ବିରୋଧରେ ବିଶ୍ୱବିଦ୍ୟାଳୟ ଅପରାଧିକ ମାନହାନି ମକଦ୍ଦମା ଦାୟର କରିଥିଲେ। ଏହି ମାମଲାକୁ ବନ୍ଦ କରିବା ପାଇଁ ସଞ୍ଜୟ ସିଂଙ୍କ ଆବେଦନକୁ ଚଳିତ ବର୍ଷ ଏପ୍ରିଲ ୮ରେ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ବର୍ତ୍ତମାନ ଅରବିନ୍ଦ କେଜରିୱାଲଙ୍କ ଆବେଦନ ଉପରେ ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଛି।