ସିକନ୍ଦରାବାଦ: ସୋମବାର ଉତ୍ତର ପ୍ରଦେଶସ୍ଥିତ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଘଟିଛି ଏକ ଅଭାବନୀୟ ଘଟଣା । ଉକ୍ତ ଅଂଚଳରେ ଥିବା ଏକ ଘରେ ସିଲିଣ୍ଡର ବିସ୍ଫୋରଣ ଘଟି ୫ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ଏଏନଆଇକୁ ସୂଚନା ଦେଇ ବୁଲନ୍ଦସହର ଜିଲାର ମାଜିଷ୍ଟ୍ରେଟ ଚନ୍ଦ୍ର ପ୍ରକାଶ ସିଂ କହିଛନ୍ତି ଯେ, ଆଶାପୁରୀ କଲୋନୀରେ ରାତି ୮.୩୦ରୁ ୯ଟା ମଧ୍ୟରେ ଏକ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ସମୟରେ ସେହି ଘରେ ୧୮ରୁ ୧୯ ଜଣ ଥିବା ବେଳେ ସେଥିମଧ୍ୟରୁ ୮ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତେବେ ଏନେଇ ମୁଖ୍ୟ ଚିକିତ୍ସା ଅଧିକାରୀ ୫ଜଣ ମୃତ ହୋଇଥିବା ସ୍ପଷ୍ଟ କରିବା ସହିତ ୩ ଜଣ ଆହତ ଚିକିତ୍ସିତ ହେଉଥିବା ସୂଚନା ଦେଇଛନ୍ତି । ଚିକିତ୍ସିତ ହେଉଥିବା ଗୁରୁତର ଆହତ ମାନଙ୍କ ମଧ୍ୟରୁ ସେଥିମଧ୍ୟରୁ ଜଣେ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍, ପୋଲିସ ଟିମ୍ , ମ୍ୟୁନିସିପାଲିଟି କର୍ପୋରେସନ ଟିମ, ମେଡିକାଲ ଟିମ, ଏନଡିଆରଏଫ ଟିମ ନିୟୋଜିତ ଥିବା ସୂଚନା ଦେଇଛନ୍ତି ଚନ୍ଦ୍ର ପ୍ରକାଶ ସିଂ।
ପ୍ରକାଶଥାଉ କି, ଏହି ବିସ୍ଫୋରଣ ସମ୍ବନ୍ଧରେ ସୂଚନା ପାଇ ଘଟଣା ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ରିଲିଫ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏପର୍ଯ୍ୟନ୍ତ ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି ।