କେନ୍ଦୁଝର : ଭିଜିଲାନ୍ସ ଜାଲରେ ମୁଖ୍ୟଯନ୍ତ୍ରୀ । କେନ୍ଦୁଝର ଜିଲ୍ଲା ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀ କୈଳାଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଯନ୍ତ୍ରୀଙ୍କ ପୈତୃକ ଘର ସମେତ ୧୦ଟି ସ୍ଥାନରେ ରେଡ୍ କରାଯାଉଛି।
ସୂଚନା ଅନୁଯାୟୀ, କେନ୍ଦୁଝରରେ ୨ଟି ସ୍ଥାନ ସମେତ ୧୦ ସ୍ଥାନରେ ଚଢାଉ ଜାରି ରହିଛି । ଭୁବନେଶ୍ୱର, ପୁରୀ, ଯାଜପୁର ଏବଂ କଟକରେ ମଧ୍ୟ ଚଢାଉ ଚାଲିଥିବା ଜଣାପଡିଛି । ଯାଞ୍ଚ ପରେ ସମୁଦାୟ ସ୍ଥାବର ଓ ଅସ୍ଥାବର ସମ୍ପତି ର ପରିମାଣ ଆକାଲନ ହୋଇ ପାରିବ ବୋଲି ସୂଚନା ମିଳିଛି। ଏହି ଚଢାଉ ରେ ଜଣେ ଅତିରିକ୍ତ ଏସପି, ୪ ଡିଏସପି, ୭ ଇନ୍ସପେକ୍ଟର, ୭ ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଓ ଅନ୍ୟ ଷ୍ଟାଫ ସାମିଲ ହୋଇଛନ୍ତି।