ଭୁବନେଶ୍ୱର : ଉଗ୍ର ରୂପରେ ମାଡି ଆସୁଛି ବାତ୍ୟା ଦାନ । ସ୍ଥଳ ଭାଗ ଛୁଇଁଛି ବାତ୍ୟାର ବାହ୍ୟ ବଳୟ । ଭଦ୍ରକ ଓ କେନ୍ଦ୍ରାପଡ଼ାରେ ଏହାର ପ୍ରାଥମିକ ପ୍ରଭାବ ହୋଇଛି । ଅନେକ ସ୍ଥାନରେ ପବନ ଓ ବର୍ଷା ଆରମ୍ଭ ହୋଇଛି । ୪ ଜିଲ୍ଲାରେ ବାତ୍ୟାର ପ୍ରଭାବ ବେଶି ରହିବ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକରେ ବେଶି ପ୍ରଭାବ ପଡିବ। ଏହି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ସମ୍ଭାବନା ରହିଛି। ଅନ୍ୟ ପାଶ୍ୱବର୍ତ୍ତୀ ଜିଲା ପୁରୀ, ଖୋର୍ଦ୍ଧା(ଭୁବନେଶ୍ୱର), କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳରେ ମଧ୍ୟ ପ୍ରବଳ ବର୍ଷିବ। ବର୍ଷା ସହ ୬୦-୮୦ ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି। ଭିତରକନିକା, ଧାମରା ପାଖରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା। ୨୪ ରାତିରୁ ୨୫ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ପୁରୀ ଲାଗି ବିପଦସଙ୍କେତ ନମ୍ବର ୧୦ ଓ ଗୋପାଳପୁର ଲାଗି ବିପଦସଙ୍କେତ ୮ ଜାରି ହୋଇଛି ।