ଦିନକୁ ଦିନ ଭାରତ-କାନାଡ଼ା କୂଟନୈତିକ ବିବାଦ ତିବରରୁପ ଧାରଣ କରୁଥିବା ବେଳେ ଭାରତବିରୋଧୀ ଆଚରଣ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଆଚରଣ ପାଇଁ ଏବେ ନିଜ ଦଳ ଟ୍ରୁଡୋଙ୍କ ଇସ୍ତଫା ଦାବି କରିଛି। ବୁଧବାର ଆୟୋଜିତ ଏକ ବୈଠକରେ ଟ୍ରୁଡୋଙ୍କ ଇସ୍ତଫା ପାଇଁ ନିଷ୍ପତ୍ତି ନିଆଯାଇଛି। ସେଥିପାଇଁ ଆସନ୍ତା ଅକ୍ଟୋବର ୨୮କୁ ଡେଡ୍ଲାଇନ ଧାର୍ଯ୍ୟ କରାଯାଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ବୁଧବାର ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଟ୍ରୁଡୋ ଦଳର ୨୮ ଜଣ ସାଂସଦ ତାଙ୍କ ଇସ୍ତଫା ଦାବି କରି ଏକ ଚୁକ୍ତିନାମାରେ ଦସ୍ତଖତ କରିଥିଲେ। ତେବେ ଦଳୀୟ ସାଂସଦଙ୍କ ଏପରି ବିରୁଦ୍ଧାଚରଣ ଟ୍ରୁଡୋଙ୍କ ପାଇଁ ଭିନ୍ନ ପରିସ୍ଥିତି ସୃଷ୍ଟି କରିଛି। ପ୍ରାୟ ଦଶନ୍ଧି ଧରି ଟ୍ରୁଡୋ ଶାସନ କ୍ଷମତାରେ ଥିବା ବେଳେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇ ନ ଥିବାରୁ ବର୍ତ୍ତମାନ ତାଙ୍କ ନେତୃତ୍ଵ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପ୍ରକାଶଥାଉ କି, ଟ୍ରୁଡୋଙ୍କ ଭାରତ ବିରୋଧୀ କାର୍ଯ୍ୟକଳାପ ଯୋଗୁ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ସେଥିପାଇଁ ଦଳ ପ୍ରତି ଜନସମର୍ଥନ ହ୍ରାସ ପାଇବାରେ ଲାଗିଛି। ଏହାଫଳରେ ଦଳୀୟ ସାଂସଦମାନେ ଏବେ ଟ୍ରୁଡୋଙ୍କୁ କ୍ଷମତାଚ୍ୟୁତ କରିବାକୁ ଚାହୁଁଥିବା ସୂଚନା ମିଳିଛି।