ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରେ ଗତ କିଛି ଦିନରୁ ଲଗାତାର ଭାବେ ଆତଙ୍କବାଦୀ ଆକ୍ରମଣ ଜାରି ରହିଛି । ମୁଖ୍ୟତଃ ସେମାନେ ଯବାନ ମାନଙ୍କୁ ଟାର୍ଗେଟ କରାଯାଉଥିବା ଦେଖିବାକୁ ମିଳୁଛି । ତେବେ ଗୁରୁବାର ପୁଣିଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣ ଜମ୍ମୁ କାଶ୍ମୀରର ଗୁଲମାର୍ଗ ସହର ନିକଟରେ ହୋଇଛି।
ସୂଚନାଯୋଗ୍ୟ ଯେ, ଗୁରୁବାର ଗୁଲମାର୍ଗରେ ଘଟିଥିବା ଏହି ଆକ୍ରମଣ ଯୋଗୁଁ ୨ ଜଣ ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ ୨ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ତେବେ ଏହି ଘଟଣାରେ ଆହତ ହୋଇଥିବା ୪ ଜଣଙ୍କୁ ନିକଟସ୍ଥ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଏଲଓସି ଠାରୁ ୫ କିମି ଦୂରରେ ଥିବା ବୋତପ୍ରଥୀରୁ ଯବାନ ମାନେ ଫେରୁଥିବା ବେଳେ ଆତଙ୍କବାଦୀମାନେ ସେମାନଙ୍କ ଗାଡିକୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲେ । ତେବେ ଏହି ଗୁଳିମାଡ଼ ଯୋଗୁଁ ୨ ଯବାନ ଶହୀଦ ହେବା ସହିତ ୨ ଜଣ ସାଧାରଣ ନାଗରିକଙ୍କ ପ୍ରାଣହାନୀ ଘଟିଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ସୂଚନା ପାଇ ଭାରତୀୟ ସେନା ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାଉ କରାଯାଇ ତଲାସି ଅଭିଯାନ ଆରମ୍ଭ ହୋଇଛି। ତେବେ ପ୍ରାଥମିକ ତଦନ୍ତରୁ ଆତଙ୍କବାଦୀମାନେ ପାକିସ୍ଥାନର ବ୍ୟାଟ ସ୍ପେଶାଲ ୟୁନିଟର ବୋଲି ଜଣା ପଡିଛି ।