ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବନାହିଁ । ବିଶ୍ୱରେ ଏଭଳି ଏକ ଗାଁ ରହିଛି ଯେଉଁଠି ୨୦ ବର୍ଷ ହେଲା କୌଣସି ଶିଶୁ ଜନ୍ମ ନେଇନାହାନ୍ତି । ତେବେ ଦୁଇ ଦଶନ୍ଧି ପରେ ଗାଁରେ ପ୍ରଥମ ଥର କୁଆଁକୁଆଁ ଶବ୍ଦ ଶୁଣି ଗ୍ରାମବାସୀ ଖୁସି ଜାହିର କରିଛନ୍ତି ।
ନିକଟରେ ଜାପାନର ଏକ ଗାଁରେ ଦୀର୍ଘ ୨୦ ବର୍ଷ ପରେ ପ୍ରଥମ ଥର ପାଇଁ ଏକ ଶିଶୁ ଜନ୍ମ ନେଇଛି । ସେହି ଗାଁର ନାମ ‘ଇଚିନୋନା’ ହୋଇଥିବା ବେଳେ ସେହିଗାଁରେ ୬୫ ବର୍ଷରୁ ଅଧିକ ବୟସର ଲୋକମାନେ ରୁହନ୍ତି । ଦୀର୍ଘ ଦୁଇ ଦଶନ୍ଧି ପରେ ସେହି ଗ୍ରାମରେ ଏକ ଶିଶୁଜନ୍ମ ନେବା ଘଟଣାକୁ ନେଇ ସାରା ଗ୍ରାମରେ ଖୁସିର ଲହରୀ ଖେଳାଇ ଦେଇଛି। ଏହି ଅବସରରେ ଉତ୍ସବ ମଧ୍ୟ ପାଳନ କରାଯାଇଥିବା ସୂଚନା ମିଳିଛି।
ପ୍ରକାଶଥାଉ କି, ଜାପାନରେ ଦିନକୁ ଦିନ ଜନଂସଖ୍ୟା ହ୍ରାସ ଏକ ବଡ଼ ସମସ୍ୟା ରୂପରେ ଉଭା ହୋଇଛି ।
ପ୍ରାୟ ୧୬ ବର୍ଷ ପୂର୍ବେ ଅର୍ଥାତ ୨୦୦୮ ମସିହାରେ ଜାପାନର ଜନସଂଖ୍ୟା ହ୍ରାସ ପାଇଥିବା ବେଳେ ସେହି ସମୟରେ ଦେଶର ଜନଂସଖ୍ୟା ପ୍ରାୟ ୧୨.୮ କୋଟି ରହିଥିଲା । ତେବେ ଚିନ୍ତାର ବିଷୟ ହେଲା ଯେ, ଏହା ମଧ୍ୟରେ ପ୍ରାୟ ୧୪ ବର୍ଷ ବିତିଯାଇଥିଲେ ମଧ୍ୟ ଦେଶର ଜନସଂଖ୍ୟାରେ ବୃଦ୍ଧି ନଘଟି ଧୀରେ ଧୀରେ ହ୍ରାସ ପାଇ ୧୨.୫ କୋଟିରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା । ତେବେ ଯଦି ଏହିପରି ସ୍ଥିତି ରୁହେ, ତେବେ ୨୧୦୦ ମସିହା ବେଳକୁ ଜାପାନର ଜନସଂଖ୍ୟା ୬.୩ କୋଟିରେ ପହଞ୍ଚିଯିବା ନେଇ ତଥ୍ୟ ପ୍ରକାଶ ପାଇଛି। ଜନ୍ମହାର ହ୍ରାସ ଓ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ଏହି ସମସ୍ୟାର ଦୁଇଟି ମୁଖ୍ୟକାରଣ ହୋଇଥିବା ସୂଚନା ମିଳିଛି ।