ୱାଶିଂଟନ୍: ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଏହି ନିର୍ବାଚନରେ ଡେମୋକ୍ରାଟିକ୍ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି କାମଲା ହାରିସ୍ ଓ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏବେ ଉଭୟ ପକ୍ଷରୁ ନିର୍ବାଚନୀ ପ୍ରଚାର ଜାରି ରହିଛି। ତେବେ ଏହା ପୂର୍ବରୁ ଆମେରିକାର ବର୍ତ୍ତମାନର ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ହାରିସ୍ ତାଙ୍କ ରିପବ୍ଲିକାନ୍ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପ ଜଣେ ଅସ୍ଥିର ଓ ପ୍ରତିଶୋଧ ପରାୟଣ ବ୍ୟକ୍ତି ହୋଇଥିବା ବେଳେ ଅନିୟନ୍ତ୍ରିତ କ୍ଷମତା ପାଇଁ ଆଗ୍ରହୀ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ଲାସ୍ ଭେଗାସରେ ଅନୁଷ୍ଠିତ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ହାରିସ୍ ସୂଚନା କହିଛନ୍ତି ଯେ, ‘ଡୋନାଲ୍ଡ ଟ୍ରମ୍ପ କିଏ ତାହା ଆମେ ସମସ୍ତେ ଜାଣିଛୁ। ଟ୍ରମ୍ପ କେବଳ ଘୃଣା ଏବଂ ବିଭାଜନକୁ ନେଇ ଚିନ୍ତିତ।ସେ ଏପରି ବ୍ୟକ୍ତି ନୁହଁନ୍ତି ଯିଏ ଆପଣଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଚିନ୍ତା କରନ୍ତି, କିନ୍ତୁ ସେ ବହୁତ ଅସ୍ଥିର, ଭାବନା ଏବଂ ଅଭିଯୋଗର ଭାବନାରେ ପ୍ରବଣ ଏବଂ ନିରବଚ୍ଛିନ୍ନ କ୍ଷମତା ପାଇଁ ଆଗ୍ରହୀ।’ ଏହି ରାଲିରେ ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ନେତା ମାନଙ୍କ ସହ ଆମେରିକୀୟ ଗାୟିକା ଜେନିଫର ଲୋପେଜ୍ ମଧ୍ୟ ଯୋଗ ଦେଇଥିଲେ।
ପ୍ରକାଶଥାଉ କି, ଆସନ୍ତା ନଭେମ୍ବର ୫ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନକୁ ହେବାକୁ ଥିବା ଥିବା ବେଳେ ଟ୍ରମ୍ପ ଓ ହାରିସଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ସେଥିପାଇଁ ଶୁକ୍ରବାରର ଅନୁଷ୍ଠିତ ହୋଇଥିବା ରାଲିରେ ହାରିସ୍ ଯଦି ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି ତେବେ ସର୍ବପ୍ରଥମେ ଜୀବନଧାରଣ ଖର୍ଚ୍ଚ ହ୍ରାସ କରିବା ଉପରେ ଗୁରୁତ୍ୱ ଦେବେ । ଏହାସହିତ ସେ ଦେଶକୁ ତାଙ୍କ ଦଳଠାରୁ ଅଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ‘ଡୋନାଲ୍ଡ ଟ୍ରମ୍ପଙ୍କ ଭଳି ଯେଉଁମାନେ ମୋ ସହ ଅସହମତ ସେମାନେ ମୋର ଶତ୍ରୁ ବୋଲି ମୁଁ ବିଶ୍ୱାସ କରେ ନାହିଁ। ଟ୍ରମ୍ପ ତାଙ୍କ ଶତ୍ରୁ ମାନଙ୍କୁ ଜେଲରେ ରଖିବାକୁ ଚାହାଁନ୍ତି, କିନ୍ତୁ ମୁଁ ତାଙ୍କୁ ଆଲୋଚନା ପାଇଁ ଏକ ସ୍ଥାନ ଦେବାକୁ ଚାହୁଁଛି। ମୁଁ ସବୁବେଳେ ଦେଶକୁ ନିଜ ଉପରେ ଏବଂ ଦଳଠାରୁ ଅଧିକ ରଖିବି ଏବଂ ସମସ୍ତ ଆମେରିକୀୟଙ୍କ ପାଇଁ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିବି।”