ବଡ଼ୋଦରା: ଗୁଜରାଟର ବଡ଼ୋଦରାରେ ଥିବା ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସିଏଲ୍) ବିଶୋଧନାଗାରରେ ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡରେ ୨ ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ପ୍ରାୟ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ସୋମବାର ଅପରାହ୍ନ ପ୍ରାୟ ୩.୩୦ ସମୟରେ ଏହି ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା ଦେଇଥିଲେ ବଡ଼ୋଦରା ଜିଲ୍ଲାପାଳ ବିଜଲ ଶାହ।
ସୂଚନାଯୋଗ୍ୟ ଯେ, ଗୁଜରାଟର ବଡ଼ୋଦରାରେ ଥିବା ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସିଏଲ୍) ବିଶୋଧନାଗାରରେ ଥିବା ୧୦୦୦ କିଲୋଲିଟର ବେଞ୍ଜିନ୍ ଟାଙ୍କିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା ଦ୍ୱାରା ବ୍ୟାପକ କ୍ଷୟକ୍ଷତି ହୋଇଛି । ଘଟଣା ସମ୍ପର୍କରେ ଖବର ପାଇବା ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ବଡ଼ୋଦରା ଜିଲ୍ଲାପାଳ, ଏସପି ଏବଂ ଅନ୍ୟ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ତୁରନ୍ତ ଆଇଓସିଏଲର ଅଗ୍ନି ନିରାପତ୍ତା ଟିମ୍ ଏବଂ ବଡ଼ୋଦରା ଅଗ୍ନିଶମ ବାହିନୀ ଟିମ୍ ନିଆଁ ଲିଭାଇବା ଆରମ୍ଭ କରିଥିଲେ । ଏହାସହିତ ବିଶୋଧନାଗାର କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ତେବେ ଏପର୍ଯ୍ୟନ୍ତ ବିଶୋଧନାଗାରରେ ଫସି ରହିଥିବା କର୍ମଚାରୀଙ୍କ ସମ୍ପର୍କରେ ସବିଶେଷ ସୂଚନା ମିଳିନାହିଁ। କମ୍ପାନି ପକ୍ଷରୁ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି।