ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ଫଳରେ ଦକ୍ଷିଣ ଓଡି଼ଶାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଥିବା ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ଏହି ଲଘୁଚାପ ଯୋଗୁଁ ବୁଧବାର ଦିନ ପୁରୀ ,ଗଂଜାମ, କୋରାପୁଟ, ମାଲକାନଗିରି, ଗଜପତି ଓ ରାୟଗଡାରେ କିଛି ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଅପରପକ୍ଷରେ ରାଜ୍ୟରେ ହାଲୁକା ଶୀତର ଲହରୀ ଅନୁଭବ ହେଉଥିବା ବେଳେ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ ପାରଦ ଖସିବା ସାଙ୍ଗକୁ ରାଜ୍ୟରେ ଶୀତର ପରିମାଣ ବୃଦ୍ଧି ପାଇବ। ଏହାସହ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ପାଇବାର ସମ୍ଭାବାନା ରହିଛି। ମଙ୍ଗଳବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୬.୦୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ବରରେ ରାତି ତାପମାତ୍ରା ୨୨.୮ ଡିଗ୍ରୀ ଓ କଟକରେ ଏହା ୨୧ ଡିଗ୍ରୀ ରେକର୍ଡ ହୋଇଛି।