ଭୁବନେଶ୍ୱର: ନଭେମ୍ବର ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଜମୁ ଓ କଶ୍ମୀରରେ ଆୟୋଜିତ ହେବାକୁ ଯାଉଛି ୩୫ତମ ଜାତୀୟ ସିନିଅର ଟେନିସ୍ ବଲ୍ କ୍ରିକେଟ୍ ଚମ୍ପିଅନ୍ସିପ୍। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶା ଜାତୀୟ ସିନିଅର ବର୍ଗର ଉଭୟ ମହିଳା ଓ ପୁରୁଷ ଦଳ ଜମ୍ମୁ ଅଭିମୁଖେ ହୀରାକୁଦ ଏକ୍ସପ୍ରେସ ଯୋଗେ ଯାତ୍ରା କରିଛନ୍ତି। ଏହି ଅବସରରେ ଓଡିଶା ଟେନିସ ବଲ କ୍ରିକେଟ ସଙ୍ଘର ସଭାପତି ସୁରଜ କୁମାର ମିଶ୍ର, ସମ୍ପାଦକ ସିଥିଲ କୁମାର ପଣ୍ଡା, କେନ୍ଦ୍ରାପଡା ସଙ୍ଘର ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର ଏବଂ ଓଡ଼ିଶା ଟେନିସ୍ ବଲ୍ କ୍ରିକେଟ୍ ମୁଖ୍ୟ କୋଚ୍ ଚକ୍ରଧର ମାଝୀ ଓଡ଼ିଶା ଦଳର ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଜମ୍ମୁ ଅଭିମୁଖେ ଯାତ୍ରା କରିଥିବା ପୁରୁଷ ଦଳରେ ଭିକି ଦିଗଲଙ୍କ ଅଧିନାୟକତ୍ବରେ ଅଭିନାଶ ଖଟୁଆ, ସୁନୀଲ ଦଳାଇ, ଏମ ରାଜା, ପଙ୍କଜ କୁମାର ଦାସ, ସୁନୀଲ ମଲ୍ଲିକ, ବିକାଶ ବାଚ୍ଛା, ଶରତ ପଟ୍ଟନାୟକ, ଅମ୍ରିତ କୁମାର ଦାସ, ରଜତ କୁମାର ନାୟକ, ସୁଦାମା ବେହେରା, ଦେବାଶିଷ ସାହୁ, ସମୀର କୁମାର ସାହୁ, ସମ୍ପୂର୍ଣ ରଥ, କୋଚ ପ୍ରକାଶ ସାହୁ ଓ ମ୍ୟାନେଜର ସୋମନାଥ ପରିଡ଼ା ସାମିଲ ଅଛନ୍ତି।
ସେହିପରି ମହିଳା ଦଳରେ ରଇଲା ଭତ୍ରାଙ୍କ ଅଧିନାୟକତ୍ବରେ ଇତିଶ୍ରୀ ସେଠି, ସନ୍ତୋଷିନୀ ତ୍ରିପାଠୀ, ପ୍ରଜ୍ଞା ପାରମିତା ପରିଡ଼ା, ମଧୁସ୍ମିତା ପଣ୍ଡା, ଭାଗ୍ୟଶ୍ରୀ ରାଉତ, ଶଶୀରେଖା ସାହୁ, ଶୀତୁପ୍ରଭା ନାୟକ, ସ୍ମୃତିରୁପା ମଲ୍ଲିକ, , କାମକଳା ଜାନି, ନର୍ମଦା ଏଡିଙ୍ଗ, ସ୍ଵାତିରାଣୀ ପ୍ରଧାନୀ, ଅଭିପ୍ସା ସିଂ, ଲକ୍ଷ୍ମୀ ମାଝୀ, କୋଚ ଆଜିତା ଦାସ ଓ ମ୍ୟାନେଜର ରଞ୍ଜନ କୁମାର ନାୟକ ସାମିଲ ଅଛନ୍ତି।