ଭଦ୍ରକ : ଢେଙ୍କାନାଳ ଜିଲ୍ଲା -କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଭଦ୍ରକ ବାଇପାସ ସ୍ଥିତ ଜଗନ୍ନାଥ ବିହାର ଘରେ ଭିଜିଲାନ୍ସ ରେଡ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସ ସେଲ ର ଡିଏସପି ମନୋରମା ମଲ୍ଲିକ ଙ୍କ ସମେତ ୫ ଜଣିଆ ଟିମ୍ ପହଞ୍ଚି ଏହି ଚଢାଉ ଜାରିରଖିଛନ୍ତି। ଭଦ୍ରକ ରେ ଥିବା ୩ମହଲା ବିଶିଷ୍ଟ ଘର କୁ ଭାଡା ସୁତ୍ରରେ ୫ଟି ପରିବାରକୁ ଦେଇ ଥିବା ବେଳେ ସେ ଏଠାରେ ରହୁ ନଥିବା ଜଣା ପଡ଼ିଛି ।